ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା
ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ତେବେ ବର୍ତ୍ତମାନ ଏହି ସସପେନ୍ସକୁ କାର୍ଯ୍ୟନିର୍ବାହୀ ସିଏମ ଏକନାଥ ଶିନ୍ଦେ ଶେଷ କରିଛନ୍ତି। ବୁଧବାର ଖବରଦାତା ସମ୍ମିଳନୀରେ ଏକନାଥ ଶନ୍ଦେ କହିଛନ୍ତି ଯେ ମୁଁ ଜଣେ ଖୋଲା ହୃଦୟ ବିଶିଷ୍ଟ ବ୍ୟକ୍ତି। ମୋର ଛୋଟ ଚିନ୍ତାଧାରା ନାହିଁ । ମୁଁ ଜଣେ ନେତା ଯିଏ ଲୋକଙ୍କ ପାଇଁ କାମ କରେ। ସେ କହିଛନ୍ତି ଯେ ଭାଜପାରୁ ଯିଏ ବି ସିଏମ ହେବେ ମୁଁ ତାଙ୍କୁ ସମର୍ଥନ […] The post ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା appeared first on Dharitri Odia News.
ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ତେବେ ବର୍ତ୍ତମାନ ଏହି ସସପେନ୍ସକୁ କାର୍ଯ୍ୟନିର୍ବାହୀ ସିଏମ ଏକନାଥ ଶିନ୍ଦେ ଶେଷ କରିଛନ୍ତି। ବୁଧବାର ଖବରଦାତା ସମ୍ମିଳନୀରେ ଏକନାଥ ଶନ୍ଦେ କହିଛନ୍ତି ଯେ ମୁଁ ଜଣେ ଖୋଲା ହୃଦୟ ବିଶିଷ୍ଟ ବ୍ୟକ୍ତି। ମୋର ଛୋଟ ଚିନ୍ତାଧାରା ନାହିଁ । ମୁଁ ଜଣେ ନେତା ଯିଏ ଲୋକଙ୍କ ପାଇଁ କାମ କରେ। ସେ କହିଛନ୍ତି ଯେ ଭାଜପାରୁ ଯିଏ ବି ସିଏମ ହେବେ ମୁଁ ତାଙ୍କୁ ସମର୍ଥନ କରିବି।
ଶିନ୍ଦେ କହିଛନ୍ତି, ଏହା ଏକ ବଡ ବିଜୟ। ବର୍ଷ ବର୍ଷ ପରେ ଏପରି ଏକ ବଡ଼ ବିଜୟ ହୋଇଛି। ମହାୟୁତି ଯେଉଁ କାମ କରିଛି ତାହା ଲୋକଙ୍କ ପାଖରେ ପହଞ୍ଚିଛି।
ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ଧନ୍ୟବାଦ ଜଣାଉଛି। ମହାରାଷ୍ଟ୍ର ସରକାର କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସହାୟତା ପାଇଛି। ଅନେକ ଯୋଜନା ରାଜ୍ୟକୁ ଆସିଛି ଏବଂ ଶିଳ୍ପ ଏବଂ ପୁଞ୍ଜି ବିନିଯୋଗ ହୋଇଛି।
ଶିବସେନା ମୁଖ୍ୟ ଆହୁରି କହିଛନ୍ତି, ମୁଁ ଜଣେ ସାମାନ୍ୟ କାର୍ଯ୍ୟକର୍ତ୍ତାଙ୍କ ପରି କାର୍ଯ୍ୟ କରିଛି। ସିଏମ ହେବା ପରେ ମଧ୍ୟ ମୁଁ ଜଣେ ସାଧାରଣ ଲୋକ ହୋଇ ରହିଥିଲି। ମୁଁ ସମସ୍ତଙ୍କ ପାଇଁ କିଛି ନିଷ୍ପତ୍ତି ନେଇଥିଲି । ମୁଁ ଜାଣେ କୃଷକ, ଗରିବ ଏବଂ ବଞ୍ଚିତ ଲୋକଙ୍କ ଅସୁବିଧା ଏବଂ ସରକାର ସେମାନଙ୍କ ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ପଦ ଉପରେ ଶିନ୍ଦେ କହିଛନ୍ତି, ଗତକାଲି ପିଏମ ମୋଦି ମୋତେ ଫୋନ କରିଥିଲେ। ମୁଁ ତାଙ୍କୁ କହିଛି ଯେ ନୂତନ ସରକାର ଗଠନ କରିବାରେ ମୋ ପକ୍ଷରୁ କୌଣସି ଅସୁବିଧା ନାହିଁ। ସିଏମ ପଦ ପାଇଁ ମୋର କୌଣସି ଇଚ୍ଛା ନାହିଁ। ଆମେ କାର୍ଯ୍ୟ କରିବା ଜାରି ରଖିବୁ। ମହାୟୁତି ଶକ୍ତିଶାଳୀ। ରାଜ୍ୟରେ ମହାୟୁତି କାର୍ଯ୍ୟ ଜାରି ରଖିବ। ଜନସାଧାରଣଙ୍କ ପାଇଁ ଆମକୁ ଏକାଠି କାମ କରିବାକୁ ପଡିବ।
The post ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା appeared first on Dharitri Odia News.