ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଛି। ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନଟି ଚୂର୍‌ମାର ହୋଇ ଯାଇଥିବାବେଳେ ଗାଡ଼ି ଭିତରେ ଚାପି ହୋଇଥିବା ଡ୍ରାଇଭର ଓ ହେଲପରଙ୍କୁ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡ୍ରାଇଭରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ହେଲପର ଗୁରୁତର ଅବସ୍ଥାରେ ଚିକିତ୍ସିତ […] The post ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର appeared first on Dharitri Odia News.

ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇଛି। ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନଟି ଚୂର୍‌ମାର ହୋଇ ଯାଇଥିବାବେଳେ ଗାଡ଼ି ଭିତରେ ଚାପି ହୋଇଥିବା ଡ୍ରାଇଭର ଓ ହେଲପରଙ୍କୁ ଲୋକେ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡ୍ରାଇଭରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ହେଲପର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତ ଡ୍ରାଇଭର ଜଣକ ହେଉଛନ୍ତି ବୁଢ଼ୀକାପୁଡ଼ି ଗ୍ରାମର ଶିବ ପ୍ରସାଦ ନାଏକ। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ତୁରୁମୁଙ୍ଗା ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି।

The post ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର appeared first on Dharitri Odia News.