ହାଟ୍ରିକ୍‌ ନେଲେ, ହେଲେ ଚହଲଙ୍କୁ ଟିମ୍‌ରୁ ବାହାର କରିଦେଲା ପଞ୍ଜାବ କିଙ୍ଗ୍ସ, ହଠାତ୍‌…

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ରେ ଚମକିଲେ ୟୁଜଭେନ୍ଦ୍ର ଚହଲ। ପୁଣିଥରେ ସେ ତାଙ୍କର ଚମତ୍କାର ପ୍ରଦର୍ଶନ ଦୋହରାଇ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୪ ଉଇକେଟ ନେଇଥିଲେ। ଚହଲ ହ୍ୟାଟ୍ରିକ ମଧ୍ୟ ନେଇଥିଲେ କିନ୍ତୁ ଏହା ପରେ ତାଙ୍କୁ ପଞ୍ଜାବ କିଙ୍ଗ୍ସ ଦଳରୁ ବାହାର କରିଦେଇଥିଲା। ଏବେ ଆପଣ ଭାବୁଥିବେ କାହିଁକି ପଞ୍ଜାବ କିଙ୍ଗ୍ସ ଏହି ନିଷ୍ପତ୍ତି ନେଲା। ବିଶେଷକରି ଚହଲଙ୍କ ସହିତ ଏପରି କାହିଁକି ହେଲା? ତେବେ କହିବାକୁ ଗଲେ ଏହା ପଛରେ କାରଣ ଥିଲା ପଞ୍ଜାବର ବ୍ୟାଟିଂକୁ […] The post ହାଟ୍ରିକ୍‌ ନେଲେ, ହେଲେ ଚହଲଙ୍କୁ ଟିମ୍‌ରୁ ବାହାର କରିଦେଲା ପଞ୍ଜାବ କିଙ୍ଗ୍ସ, ହଠାତ୍‌… appeared first on Dharitri Odia News.

ହାଟ୍ରିକ୍‌ ନେଲେ, ହେଲେ ଚହଲଙ୍କୁ ଟିମ୍‌ରୁ ବାହାର କରିଦେଲା ପଞ୍ଜାବ କିଙ୍ଗ୍ସ, ହଠାତ୍‌…

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ରେ ଚମକିଲେ ୟୁଜଭେନ୍ଦ୍ର ଚହଲ। ପୁଣିଥରେ ସେ ତାଙ୍କର ଚମତ୍କାର ପ୍ରଦର୍ଶନ ଦୋହରାଇ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୪ ଉଇକେଟ ନେଇଥିଲେ। ଚହଲ ହ୍ୟାଟ୍ରିକ ମଧ୍ୟ ନେଇଥିଲେ କିନ୍ତୁ ଏହା ପରେ ତାଙ୍କୁ ପଞ୍ଜାବ କିଙ୍ଗ୍ସ ଦଳରୁ ବାହାର କରିଦେଇଥିଲା। ଏବେ ଆପଣ ଭାବୁଥିବେ କାହିଁକି ପଞ୍ଜାବ କିଙ୍ଗ୍ସ ଏହି ନିଷ୍ପତ୍ତି ନେଲା। ବିଶେଷକରି ଚହଲଙ୍କ ସହିତ ଏପରି କାହିଁକି ହେଲା? ତେବେ କହିବାକୁ ଗଲେ ଏହା ପଛରେ କାରଣ ଥିଲା ପଞ୍ଜାବର ବ୍ୟାଟିଂକୁ ମଜବୁତ କରିବା। ପଞ୍ଜାବ ୟୁଜଭେନ୍ଦ୍ର ଚହଲଙ୍କ ସ୍ଥାନରେ ପ୍ରଭସିମରନ ସିଂଙ୍କୁ ଦଳରେ ସାମିଲ କରିଥିଲା। ପ୍ରଭସିମରନ ଜଣେ ଇମ୍‌ପ୍ୟାକ୍ଟ ପ୍ଲେୟାର ଭାବରେ ମ୍ୟାଚ ଖେଳିବାକୁ ଆସିଥିଲେ।

ପଞ୍ଜାବ କିଙ୍ଗସ ୟୁଜଭେନ୍ଦ୍ର ଚହଲଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା। ସେ ଏହାର ମୂଲ୍ୟ ଦଳକୁ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍‌ରେ ଦେଇଛନ୍ତି। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ପ୍ରଥମ ୨ ଓଭରରେ ୟୁଜଭେନ୍ଦ୍ର ଚହଲଙ୍କ ବଲ୍‌ ମାଡ଼ ଖାଇଥିଲା। ବିଶେଷକରି ଦ୍ୱିତୀୟ ଓଭରରେ କରେନ ୨ଟି ଚୌକା ମାରିଥିଲେ ଏବଂ ବ୍ରେଭିସ ମଧ୍ୟ ଏକ ବଡ଼ ଛକା ମାରିଥିଲେ। ଏହା ପରେ ଚହଲଙ୍କୁ ୧୯ତମ ଓଭରରେ ବଲ୍‌ ଦିଆଯାଇଥିଲା। ଏହି ଖେଳାଳି ଚମତ୍କାର କରି ଦେଖାଇଥିଲେ।

ୟୁଜଭେନ୍ଦ୍ର ଚହଲ ଚେନ୍ନାଇ ବିପକ୍ଷରେ କେବଳ ହ୍ୟାଟ୍ରିକ ନୁହେଁ ବରଂ ୬ ବଲରେ ୪ ଉଇକେଟ ମଧ୍ୟ ନେଇଥିଲେ। ଧୋନି ଚହଲଙ୍କ ପ୍ରଥମ ବଲ୍‌ରେ ଛକା ମାରିଥିଲେ କିନ୍ତୁ ଦ୍ୱିତୀୟ ବଲ୍‌ରେଆଉଟ୍‌ ହୋଇଥିଲେ। ଏହା ପରେ ସେ ଚତୁର୍ଥ ବଲରେ ହୁଡାଙ୍କ ଉଇକେଟ ଯାଇଥିଲା। ଚହଲ ପଞ୍ଚମ ବଲରେ ଅନସୁଲ କାମ୍ବୋଜଙ୍କୁ ବୋଲିଂ କରିଥିଲେ। ଶେଷ ବଲରେ ନୁର ଅହମ୍ମଦଙ୍କୁ ମାର୍କୋ ଜାନସେନଙ୍କ ହାତରେ କ୍ୟାଚ କରାଇ ଚହଲ ତାଙ୍କର ହ୍ୟାଟ୍ରିକ ପୂରଣ କରିଥିଲେ। ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ନେଇଥିଲେ। ଚହଲଙ୍କ ହ୍ୟାଟ୍ରିକ ବଳରେ ପଞ୍ଜାବ ଚେନ୍ନାଇକୁ ୨୦ ଓଭର ମଧ୍ୟ ଖେଳିବାକୁ ଦେଇ ନ ଥିଲା ଏବଂ ଦଳ ୧୯୦ ରନରେ ଅଲଆଉଟ୍‌ ହୋଇଯାଇଥିଲା।

The post ହାଟ୍ରିକ୍‌ ନେଲେ, ହେଲେ ଚହଲଙ୍କୁ ଟିମ୍‌ରୁ ବାହାର କରିଦେଲା ପଞ୍ଜାବ କିଙ୍ଗ୍ସ, ହଠାତ୍‌… appeared first on Dharitri Odia News.