ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ

ଚଣ୍ଡିଗଡ଼,୨୭।୨: ଖୁବଶୀଘ୍ର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ମାର୍ଚ୍ଚରେ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣକୌର ସିଂ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ହଁ, ସିଦ୍ଧୁ ମୁସେୱାଲାଙ୍କ ମା’ ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମୁଁ ଚାମକୌର ସିଂ ନିଜେ ଏହା ନିଶ୍ଚିତ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ତାଙ୍କ […] The post ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ appeared first on Dharitri Odia News.

ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ

ଚଣ୍ଡିଗଡ଼,୨୭।୨: ଖୁବଶୀଘ୍ର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ମାର୍ଚ୍ଚରେ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣକୌର ସିଂ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ହଁ, ସିଦ୍ଧୁ ମୁସେୱାଲାଙ୍କ ମା’ ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି । ସିଦ୍ଧୁ ମୁସେୱାଲାଙ୍କ ମାମୁଁ ଚାମକୌର ସିଂ ନିଜେ ଏହା ନିଶ୍ଚିତ କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଏହା ପ୍ରଥମ ଥର ହେବ, ଯେତେବେଳେ ତାଙ୍କ ଘରେ ଖୁସିର ଗୁଞ୍ଜନ ଶୁଣାଯିବ।

ସୂଚନାଯୋଗ୍ୟ, ୨୦୨୨ରେ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ମାତାପିତାଙ୍କର ସେ ଏକମାତ୍ର ପୁତ୍ର ଥିଲେ। ସେଥିପାଇଁ ସିଦ୍ଧୁ ପରିବାରର ପ୍ରଶଂସକମାନେ ଉତ୍ତରାଧିକାରୀ ପାଇଁ ନିରନ୍ତର ପ୍ରାର୍ଥନା କରୁଥିଲେ। ଏହି କାରଣରୁ ସିଦ୍ଧୁ ବର୍ତ୍ତମାନ ଆଇଭିଏଫ ଟେକ୍ନୋଲୋଜି ସାହାଯ୍ୟରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଖବର ହେଉଛି ସିଦ୍ଧୁଙ୍କ ମା’ ମାର୍ଚ୍ଚ ମାସରେ ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଏପର୍ଯ୍ୟନ୍ତ ଏହି ଖବରକୁ ନେଇ ଫଜିଟିଭ ରେସପନ୍ସ ରହିଛି। ଏହି ସୂଚନା ସାମ୍ନାକୁ ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳଯାଇଛି।
ଅଙ୍କଲ ଚାମକୌର ସିଂ ଏହା ନିଶ୍ଚିତ କରିଛନ୍ତି, କିନ୍ତୁ ସିଦ୍ଧୁ ମୁସେୱାଲାଙ୍କ ପିତା ବାଲକୌର ସିଂ ସୁରକ୍ଷା କାରଣରୁ କିଛି କହିବାକୁ ମନା କରି ଦେଇଛନ୍ତି। ସୂଚନାଯୋଗ୍ୟ, ୨୯ ମେ ୨୦୨୨ରେ ପଞ୍ଜାବର ମାନସା ଜିଲାରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ମହିନ୍ଦ୍ରା ବୋଲେରୋ ଏବଂ ଟୟୋଟା କରୋଲା ନାମକ ଦୁଇଟି ମଡ୍ୟୁଲ ବ୍ୟବହାର କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଶ୍ନୋଇ ନିଜକୁ ଦାୟୀ କରିଥିଲେ।

The post ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ appeared first on Dharitri Odia News.