ଓମ୍ବାଡସି ଫାଣ୍ଠିର ଅପବ୍ୟବହାର ଘଟଣା: ଡେପୁଟି କଲେକ୍ଟର ଓ କେସିୟର ସମେତ ୪ ଗଲେ ଜେଲ୍

ବାରିପଦା: ଓଡିଶା ଖଣିଜ ପ୍ରତିଷ୍ଠାନ ଆଞ୍ଚଳିକ ଉନ୍ନୟନ (ଓମ୍ବାଡସି) ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକର ତତ୍କାଳୀନ ବିଡିଓ ତଥା ବର୍ତ୍ତମାନର ଡେପୁଟି କଲେକ୍ଟର(ନୀଳଗିରି ଉପଖଣ୍ଡ) ପରିକ୍ଷିତ ଜେନା ଓ କେସିୟର ସମେତ ୪ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଘଟଣାରେ ଜଡିତ ଅନ୍ୟ ୫ଜଣଙ୍କ ନାମରେ ମାମଲା ରୁଜୁ ସାଙ୍ଗକୁ ଅଧିକ ତଦନ୍ତ ଜାରି […]

ଓମ୍ବାଡସି ଫାଣ୍ଠିର ଅପବ୍ୟବହାର ଘଟଣା: ଡେପୁଟି କଲେକ୍ଟର ଓ କେସିୟର ସମେତ ୪ ଗଲେ ଜେଲ୍
Untitled 1 43

ବାରିପଦା: ଓଡିଶା ଖଣିଜ ପ୍ରତିଷ୍ଠାନ ଆଞ୍ଚଳିକ ଉନ୍ନୟନ (ଓମ୍ବାଡସି) ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକର ତତ୍କାଳୀନ ବିଡିଓ ତଥା ବର୍ତ୍ତମାନର ଡେପୁଟି କଲେକ୍ଟର(ନୀଳଗିରି ଉପଖଣ୍ଡ) ପରିକ୍ଷିତ ଜେନା ଓ କେସିୟର ସମେତ ୪ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଘଟଣାରେ ଜଡିତ ଅନ୍ୟ ୫ଜଣଙ୍କ ନାମରେ ମାମଲା ରୁଜୁ ସାଙ୍ଗକୁ ଅଧିକ ତଦନ୍ତ ଜାରି ରହିଛି ।

ପ୍ରକାଶ ଯେ,ଶ୍ରୀ ଜେନା ୨୦୧୯ରୁ ଜାନୁଆରୀ ୨୦୨୩ପର୍ଯ୍ୟନ୍ତ ଶୁଳିଆପଦା ବିଡ଼ିଓ ଭାବେ କାର୍ଯ୍ୟ କରିଥିଲେ। ତେବେ ୨୦୨୧-୨୨ ଓ ୨୨-୨୩ଆର୍ଥିକ ବର୍ଷରେ ଓମ୍ବାଡ଼ସି ଫଣ୍ଡର ୧କୋଟି ୧୯ଲକ୍ଷ ୭୯ହଜାର ୫୮୮ଟଙ୍କା ବିକାଶ ମୂଳକ କାର୍ଯ୍ୟ ନହୋଇ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତଦନୁଯାୟୀ ବୁଧବାର ସକାଳେ ବାଲେଶ୍ବର ଭିଜିଲାନ୍ସ ଏସପିଙ୍କ ନେତୃତ୍ୟରେ ୨ଜଣ ଅତିରିକ୍ତ ଏସପି, ୪ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର, ୭ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଓଡିଶା ଭିଜିଲାନ୍ସର ୬ଟି ଟିମ୍ ଏକକାଳୀନ ଚଢାଉ କରିଥିଲେ । ନୀଳଗିରିର ବାଲିଗୋହରିସ୍ଥିତ ଶ୍ରୀ ଜେନାଙ୍କ ଭଡାଘର, ବାରିପଦାର ରଘୁନାଥପୁରର ଅନ୍ୟ ଏକ ଭଡାଘର ଉଭୟ କାର୍ଯ୍ୟାଳୟ, ପୈତୃକ, ଶଶୁର ଓ ଆତ୍ମୀୟଙ୍କ ଘର ସହିତ ଶୁଳିଆପଦାର ତତ୍କାଳୀନ କୋଷାଧ୍ୟକ୍ଷ ଓ ଅନ୍ୟ ଅଭିଯୁକ୍ତଙ୍କ ଙ୍କ ଘରେ ଚଢାଉ ହୋଇଥିଲା । ଅପବ୍ୟବହାର ଟଙ୍କା ମଧ୍ୟରେ ତତ୍କାଳୀନ ଶୁଳିଆପଦା ବ୍ଲକ କେସିୟର(ବର୍ତ୍ତମାନ କପ୍ତିପଦା ତହସିଲର ରାଜସ୍ବ ସହାୟକ) ଦେବଦତ୍ତ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୩ଲକ୍ଷ ୪୭ହଜାର ୫୭୦ଟଙ୍କା ଟ୍ରାନ୍ସଫର୍ ହୋଇଥିବା ବେଳେ ଶୁଳିଆପଦା ବ୍ଲକର ସହକାରୀ କମ୍ପ୍ୟୁଟର ପ୍ରୋଗ୍ରାମର ନିଗମ ପ୍ରସାଦ ପରିଡାଙ୍କ ଆକାଉଣ୍ଟକୁ ୬ଲକ୍ଷ ୮୪ହଜାର ୭୬୦ଟଙ୍କା, ବାରିପଦାର ସୁଜିତ ମହାନ୍ତିଙ୍କ ଆକାଉଣ୍ଟକୁ ୫୪ଲକ୍ଷ ୫୨ହଜାର ୮୪୬ଟଙ୍କା, ଅଖିଳ କୁମାର ଦାସଙ୍କ ଆକାଉଣ୍ଟକୁ ୨୦ଲକ୍ଷ ଟଙ୍କା, ବିନ୍ଧାଣି କମ୍ପ୍ୟୁଟରର ସତ୍ଵାଧିକାରୀଙ୍କ ଆକାଉଣ୍ଟକୁ ୩ଲକ୍ଷ ୩୦ହଜାର ଟଙ୍କା, ଦିବ୍ୟ ଲୋଚନ ଦାସଙ୍କ ଆକାଉଣ୍ଟକୁ ୧୦ଲକ୍ଷ ଟଙ୍କା, ତ୍ରିଲୋଚନ ଟ୍ରେଡ଼ରଙ୍କ ଆକାଉଣ୍ଟକୁ ୩ଲକ୍ଷ ୫୦ହଜାର ଓ ମନୋଜ କୁମାର ଦେଓଙ୍କ ଆକାଉଣ୍ଟକୁ ୮ଲକ୍ଷ ୧୪ହଜାର ୧୧୨ଟଙ୍କା ପ୍ରମାଣ ନଥାଇ ଟ୍ରାନ୍ସଫର କରାଯାଇଥିଲା।

ଏଣୁ ଘଟଣାରେ ଡେପୁଟି କଲେକ୍ଟର ଶ୍ରୀ ଜେନା, କେସିୟର ଶ୍ରୀ ଦାସ, ସୁଜିତ ମହାନ୍ତି ଓ ଅଖିଳ କୁମାର ଦାସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବାକି ୫ଜଣଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି।