ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କାଲକାଟା ହାଇକୋର୍ଟ
ନୂଆଦିଲ୍ଲୀ : କାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଏବଂ ଜମି ଜବରଦଖଲ ମାମଲାରେ ସିବିଆଇ ତଦନ୍ତ ହେବ। ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମ ସିବିଆଇକୁ ଉକ୍ତ ମାମଲାରେ ତଦନ୍ତ କରି ପରବର୍ତ୍ତୀ ଶୁଣାଣି ସମୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାପାଇଁ କହିଛନ୍ତି। ଆସନ୍ତା ମେ‘ ୨ ତାରିଖରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ଅଛି। ଏହି ଦିନ ସିବିଆଇ ବିସ୍ତୃତ ରିପୋର୍ଟ ଦାଖଲ […]

ନୂଆଦିଲ୍ଲୀ : କାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦେଶଖାଲିରେ ମହିଳାଙ୍କ ବିରୋଧରେ ଅପରାଧ ଏବଂ ଜମି ଜବରଦଖଲ ମାମଲାରେ ସିବିଆଇ ତଦନ୍ତ ହେବ। ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମ ସିବିଆଇକୁ ଉକ୍ତ ମାମଲାରେ ତଦନ୍ତ କରି ପରବର୍ତ୍ତୀ ଶୁଣାଣି ସମୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାପାଇଁ କହିଛନ୍ତି। ଆସନ୍ତା ମେ‘ ୨ ତାରିଖରେ ଉକ୍ତ ମାମଲାରେ ପରବର୍ତ୍ତୀ ଶୁଣାଣି ଅଛି। ଏହି ଦିନ ସିବିଆଇ ବିସ୍ତୃତ ରିପୋର୍ଟ ଦାଖଲ କରିବ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସନ୍ଦେଶଖାଲି ମାମଲାକୁ ନେଇ ନିକଟରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହିଥିଲା। ବିଜେପି ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମସିକୁ ଏଥିପାଇଁ ଦାୟୀ କରିଥିଲା।