ଟ୍ରକ ଧକ୍କାରେ ୨ ଶଢୁ ମୃତ
କେନ୍ଦ୍ରାପଡା : ସକାଳୁ ସକାଳୁ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକରେ ଯାଉଥିବାବେଳେ ଟ୍ୟାଙ୍କର ଧକ୍କାରେ ୨ ଶଢୁଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ ପାଟକୁରା ଡେରାବିଶ ଅଳବାଙ୍କ ଛକ ପାରାଦ୍ୱୀପ – ଚଣ୍ଡିଖୋଲ ଏନଏଚରେ ଘଟିଛି ଦୁର୍ଘଟଣା । ମୃତକ ୨ ଜଣ ହେଲେ ଅଜୟ ଦାଶ ଏବଂ ଭବାନୀ ଶଙ୍କର ମହାପାତ୍ର । ଗତକାଲି ସାନଶଢୁର ଝିଅର ଏକୋଇଶା ପାଳିବାକୁ ଚାନ୍ଦବାଲିରୁ ଲଳିତଗିରିକୁ ଯାଇଥିଲେ ବଡ଼ଶଢୁ I ଆଜି ସକାଳେ […]

କେନ୍ଦ୍ରାପଡା : ସକାଳୁ ସକାଳୁ ଘଟି ଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକରେ ଯାଉଥିବାବେଳେ ଟ୍ୟାଙ୍କର ଧକ୍କାରେ ୨ ଶଢୁଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ ପାଟକୁରା ଡେରାବିଶ ଅଳବାଙ୍କ ଛକ ପାରାଦ୍ୱୀପ – ଚଣ୍ଡିଖୋଲ ଏନଏଚରେ ଘଟିଛି ଦୁର୍ଘଟଣା । ମୃତକ ୨ ଜଣ ହେଲେ ଅଜୟ ଦାଶ ଏବଂ ଭବାନୀ ଶଙ୍କର ମହାପାତ୍ର ।
ଗତକାଲି ସାନଶଢୁର ଝିଅର ଏକୋଇଶା ପାଳିବାକୁ ଚାନ୍ଦବାଲିରୁ ଲଳିତଗିରିକୁ ଯାଇଥିଲେ ବଡ଼ଶଢୁ I ଆଜି ସକାଳେ ସାନ ଶଢୁ ବଡ଼ ସଢୁଙ୍କୁ ବାଇକ ଯୋଗେ ପାରାଦୀପ ଛାଡ଼ିବାକୁ ଆସୁଥିଲେ। ଏହି ସମୟରେ ଅଳାବାଙ୍କଛକ ଠାରେ ଏକ ଟ୍ୟାଙ୍କର ଆସି ସେମାନଙ୍କ ବାଇକୁ ପଛରୁ ଧକ୍କା ଦେଇ ଅଧକିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଫଳରେ ବାଇକଟି ଟ୍ୟାଙ୍କର ତଳେ ପଶି ଯାଇଥିଲା। ଟ୍ୟାଙ୍କର ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ସୂଚନା ମିଳିଛି ।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ କରିଛନ୍ତି। ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଛି । ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।