ପେଟ୍ରୋଲ ପମ୍ପରେ ଛାଉଣୀ ନାହିଁ: ତେଲ ଭରିବାକୁ ଆସି ଖରାରେ ଶିଝୁଛନ୍ତି ଗ୍ରାହକ
ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡରେ ଦିନକୁ ଦିନ ତାତି ବଢ଼ି ଚାଲିଛି। ଅ୍ଯଯବର୍ଷ ତୁଳନାରେ ଏଥର ତାତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି। ଏହାସତ୍ତ୍ୱେ ତାତିର ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସେଭଳି କିଛି ଠୋସ୍ ପଦକ୍ଷେପ ନିଆଯାଇ ନ ଥିବା ପରିଲକ୍ଷିତ ହେଉଛି। ଟାଣଖରା ଯୋଗୁ ଦିନ ୧୧ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ତଥାପି ଯିଏ କୌଣସି ଜରୁରୀ କାମରେ ବାହାରିଲେ ମୁଣ୍ଡରେ ଗାମୁଛା ଘୋଡ଼ାଇଥିବା କିମ୍ବା ହାତରେ ଛତା ଧରିଥିବା […] The post ପେଟ୍ରୋଲ ପମ୍ପରେ ଛାଉଣୀ ନାହିଁ: ତେଲ ଭରିବାକୁ ଆସି ଖରାରେ ଶିଝୁଛନ୍ତି ଗ୍ରାହକ appeared first on Dharitri Odia News.
ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡରେ ଦିନକୁ ଦିନ ତାତି ବଢ଼ି ଚାଲିଛି। ଅ୍ଯଯବର୍ଷ ତୁଳନାରେ ଏଥର ତାତି ଅସମ୍ଭାଳ ହେବ ବୋଲି ଆକଳନ କରାଯାଉଛି। ଏହାସତ୍ତ୍ୱେ ତାତିର ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସେଭଳି କିଛି ଠୋସ୍ ପଦକ୍ଷେପ ନିଆଯାଇ ନ ଥିବା ପରିଲକ୍ଷିତ ହେଉଛି। ଟାଣଖରା ଯୋଗୁ ଦିନ ୧୧ଟା ପରେ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇ ପଡ଼ୁଛି। ତଥାପି ଯିଏ କୌଣସି ଜରୁରୀ କାମରେ ବାହାରିଲେ ମୁଣ୍ଡରେ ଗାମୁଛା ଘୋଡ଼ାଇଥିବା କିମ୍ବା ହାତରେ ଛତା ଧରିଥିବା ଦେଖିବାକୁ ମିଳୁଛି। କିନ୍ତୁ ଏଭଳି ଟାଣଖରା ଯୋଗୁ କେତେକ ପେଟ୍ରୋଲ ପମ୍ପରେ ଛାଉଣୀ ବ୍ୟବସ୍ଥା ନ ଥିବା ଯୋଗୁ ସେଠାକୁ ପେଟ୍ରୋଲ ପକାଇବାକୁ ଯାଉଥିବା ଗ୍ରାହକ ତଥା ଗାଡ଼ି ଚାଳକଙ୍କୁ ତାତିର ସମ୍ମୁଖୀନ ହେବାକୁ ପଡ଼ୁଛି। ପେଟ୍ରୋଲ ଭରିବା ପାଇଁ ଦୀର୍ଘ ସମୟ ଧରି ଧାଡ଼ିରେ ରହୁଥିବା ଯୋଗୁ ସେଭଳି ସ୍ଥିତିରେ ଗାଡ଼ି ଚାଳକଙ୍କୁ ଅଂଶୁଘାତର ସମ୍ମୁଖୀନ ହେବାର ଆଶଙ୍କା ଦେଖାଯାଇଛି। ଖୋଦ୍ ଜିଲା ସଦର ମହକୁମାର ବରଗଡ଼ ଗାନ୍ଧିଛକସ୍ଥିତ ପେଟ୍ରୋଲ ପମ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଛାଉଣୀ ବ୍ୟବସ୍ଥା ନଥିବା ଯୋଗୁ ସେଠାକୁ ପେଟ୍ରୋଲ ଭରିବାକୁ ଯିବା ସମୟରେ ଟାଣଖରାର ତାତି ଅସହ୍ୟ ହୋଇ ପଡ଼ୁଥିବା କିଛି ଗାଡ଼ି ଚାଳକ କହିଛନ୍ତି। ସହରର କେନ୍ଦ୍ରସ୍ଥଳ ତଥା ପ୍ରମୁଖ ଗାନ୍ଧିଛକ ପାଖରେ ରହିଥିବା ଉକ୍ତ ପେଟ୍ରୋଲ ପମ୍ପରେ ତାତି ତଥା ଟାଣଖରା ମୁକାବିଲା ପାଇଁ ସେଭଳି କିଛି ୍ଯଯବସ୍ଥା କରାଯାଇ ନଥିବାବେଳେ ସେଥିପ୍ରତି କୌଣସି ଅଧିକାରୀଙ୍କ ଦୃଷ୍ଟି ନ ପଡ଼ିବା ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପଟେ ଉକ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ରହିଥିବା ଟ୍ରାଫିକ ପୋଷ୍ଟ ପରିସରରେ ପୋଲିସ ପକ୍ଷରୁ ସବୁଜ ଓ ଗେରୁଆ ପରଦା ଟାଣି ଛାଇ ବ୍ୟବସ୍ଥା କରାଯାଇଛି। ତେବେ କେବଳ ଏହି ପେଟ୍ରୋଲ ପମ୍ପ ନୁହେଁ, ଜିଲାର ବିଭିନ୍ନ ପେଟ୍ରୋଲ ପମ୍ପ ଦିନ ଦ୍ୱିପ୍ରହରରେ ଖୋଲା ରହୁଥିଲେ ହେଁ ତାତି, ଟାଣଖରା ମୁକାବିଲା ପାଇଁ ସେଭଳି ବ୍ୟବସ୍ଥା କରାଯାଇ ନଥିବା ଯୋଗୁ ଏଭଳି ସ୍ଥିତି ଯୋଗୁ ଗାଡ଼ି ଚାଳକମାନେ ଅଂଶୁଘାତର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ୍ ପଦକ୍ଷେପ ନେବା ପାଇଁ ସଚେତନ ନାଗରିକ ମହଲରେ ଦାବି ହୋଇଛି।
The post ପେଟ୍ରୋଲ ପମ୍ପରେ ଛାଉଣୀ ନାହିଁ: ତେଲ ଭରିବାକୁ ଆସି ଖରାରେ ଶିଝୁଛନ୍ତି ଗ୍ରାହକ appeared first on Dharitri Odia News.