ଜମ୍ମୁ-କଶ୍ମିରରେ ସେନା ଆତଙ୍କବାଦୀ ଗୁଳିମାଡ଼; ଦୁଇ ଯବାନ ଶହୀଦ, ୩ ଆହତ
ନୂଆଦିଲ୍ଲୀ,୧୦ା୮: ଶନିବାର ଜମ୍ମୁ କଶ୍ମିରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିମାଡ଼ ହୋଇଛି। ଅପରାହ୍ନରେ ଘଟିଥିବା ଏହି ଗୁଳିମାଡ଼ରେ ଦୁଇ ସୈନିକ ଶହୀଦ ହୋଇଥିବାବେଳେ ତିନିଜଣ ସୈନିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଗୁଳିମାଡ଼ ପରେ ଘଞ୍ଚ ଜଙ୍ଗଲ ଭିତରେ ଆତଙ୍କବାଦୀଙ୍କୁ ନିପାତ ସନ୍ଧାନ ଆରମ୍ଭ କରିଛି ସେନା। ଶନିବାର ଅପରାହ୍ନରେ ଦକ୍ଷିଣ କଶ୍ମିରର ଅନନ୍ତନାଗରେ ଏହି ଗୁଳିମାଡ଼ ଆରମ୍ଭ ହୋଇଥିଲା। ଯେଉଁଥିରେ ପୂର୍ବରୁ ଜଣେ ସୈନିକ ଆହତ ହେବାର […] The post ଜମ୍ମୁ-କଶ୍ମିରରେ ସେନା ଆତଙ୍କବାଦୀ ଗୁଳିମାଡ଼; ଦୁଇ ଯବାନ ଶହୀଦ, ୩ ଆହତ appeared first on Dharitri Odia News.
ନୂଆଦିଲ୍ଲୀ,୧୦ା୮: ଶନିବାର ଜମ୍ମୁ କଶ୍ମିରର ଅନନ୍ତନାଗ ଜିଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଗୁଳିମାଡ଼ ହୋଇଛି। ଅପରାହ୍ନରେ ଘଟିଥିବା ଏହି ଗୁଳିମାଡ଼ରେ ଦୁଇ ସୈନିକ ଶହୀଦ ହୋଇଥିବାବେଳେ ତିନିଜଣ ସୈନିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଗୁଳିମାଡ଼ ପରେ ଘଞ୍ଚ ଜଙ୍ଗଲ ଭିତରେ ଆତଙ୍କବାଦୀଙ୍କୁ ନିପାତ ସନ୍ଧାନ ଆରମ୍ଭ କରିଛି ସେନା।
ଶନିବାର ଅପରାହ୍ନରେ ଦକ୍ଷିଣ କଶ୍ମିରର ଅନନ୍ତନାଗରେ ଏହି ଗୁଳିମାଡ଼ ଆରମ୍ଭ ହୋଇଥିଲା। ଯେଉଁଥିରେ ପୂର୍ବରୁ ଜଣେ ସୈନିକ ଆହତ ହେବାର ଖବର ଆସିଥିଲା, କିଛି ସମୟ ପରେ ଅନ୍ୟ ଜଣେ ସୈନିକ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେନା ଜାରି କରାଯାଇଥିବା ପ୍ରତିକ୍ରିୟାରେ ତିନି ଜଣ ଆହତ ସୂଚନା ସହିତ ଦୁଇ ସୈନିକଙ୍କ ଶହୀଦ ହେବାର ଖବର ଆସିଥିଲା।
OP GAGARMANDU, #Anantnag
Based on specific intelligence input, a Joint Operation was launched by #IndianArmy, @JmuKmrPolice & @crpf_srinagar today in general area Kokernag, Anantnag. Contact was established and firefight ensued. Two personnel have been injured and evacuated from… pic.twitter.com/24DEESGtGZ
— Chinar Corps
– Indian Army (@ChinarcorpsIA) August 10, 2024
The post ଜମ୍ମୁ-କଶ୍ମିରରେ ସେନା ଆତଙ୍କବାଦୀ ଗୁଳିମାଡ଼; ଦୁଇ ଯବାନ ଶହୀଦ, ୩ ଆହତ appeared first on Dharitri Odia News.
– Indian Army (@ChinarcorpsIA)