ଇଣ୍ଡିଆ ମେଣ୍ଟ ଗଢିବ କି ସରକାର: ଚକିତ କଲା ଭଳି ମନ୍ତବ୍ୟ ଦେଲେ ଅଖିଳେଶ
ନୂଆଦିଲ୍ଲୀ,୬।୬: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଭରସା କେବେ ଶେଷ ହୁଏ ନାହିଁ। ଇଣ୍ଡିଆ ମିଳିତ ମେଣ୍ଟର ୨୩୪ଟି ସିଟ ଥିବାରୁ ଏମାନେ ବହୁମତ ଠାରୁ ବହୁ ଦୂରରେ ଅଛନ୍ତି। ଲୋକ ସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୨୭୨ଟି ଆସନ ଆବଶ୍ୟକ। ତଥାପି ଇଣ୍ଡିଆ ମିଳିତ […] The post ଇଣ୍ଡିଆ ମେଣ୍ଟ ଗଢିବ କି ସରକାର: ଚକିତ କଲା ଭଳି ମନ୍ତବ୍ୟ ଦେଲେ ଅଖିଳେଶ appeared first on Dharitri Odia News.
ନୂଆଦିଲ୍ଲୀ,୬।୬: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଭରସା କେବେ ଶେଷ ହୁଏ ନାହିଁ।
ଇଣ୍ଡିଆ ମିଳିତ ମେଣ୍ଟର ୨୩୪ଟି ସିଟ ଥିବାରୁ ଏମାନେ ବହୁମତ ଠାରୁ ବହୁ ଦୂରରେ ଅଛନ୍ତି। ଲୋକ ସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୨୭୨ଟି ଆସନ ଆବଶ୍ୟକ। ତଥାପି ଇଣ୍ଡିଆ ମିଳିତ ମେଣ୍ଟ ସରକାର ଗଠନ କରିବାର ଆଶା ଛାଡି ନାହାଁନ୍ତି।ଏଥର ଏନଡିଏ ୨୯୩ଟି ସିଟ୍ ଜିତିଛି ଏବଂ ଭାଜପା ୨୪୦ଟି ସିଟ ଜିତିଛି। ଏହା ପରେ ମଧ୍ୟ ରାଜନୈତିକ ସର୍କଲରେ ଆଲୋଚନା ଚାଲିଛି ଯେ ଏନଡିଏର ପ୍ରତ୍ୟାବର୍ତ୍ତନ କଷ୍ଟସାଧ୍ୟ ହୋଇପାରେ। ଏନଡିଏରେ ସାମିଲ ଥିବା ଟିଡିପି ଏବଂ ଜେଡିୟୁ ହେତୁ ଏପରି କଥା କୁହାଯାଉଛି। କାରଣ ଉଭୟ ଦଳର ତୁରନ୍ତ ବଦଳିଯିବା ଇତିହାସ ଅଛି। ବର୍ତ୍ତମାନ ଟିଡିପିରେ ୧୬ଟି ସିଟ ଏବଂ ଜେଡିୟୁରେ ୧୨ଟି ସିଟ ରହିଛି। ଇଣ୍ଡିଆ ମେଣ୍ଟର ନେତାମାନେ ଉଭୟ ଦଳକୁ ନିଜ ପକ୍ଷକୁ ଆଣିବା କଥା କହୁଛନ୍ତି।
The post ଇଣ୍ଡିଆ ମେଣ୍ଟ ଗଢିବ କି ସରକାର: ଚକିତ କଲା ଭଳି ମନ୍ତବ୍ୟ ଦେଲେ ଅଖିଳେଶ appeared first on Dharitri Odia News.