ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ

ଲଣ୍ଡନ, ୮ା୬: ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରବିବାରଠାରୁ ଟ୍ରେନିଂ ଆରମ୍ଭ କରିଛି। ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଆକାଶଦୀପ ସିଂଙ୍କ ସହ ନୂଆ ଅଧିନାୟକ ଗିଲ୍‌, ରିଷଭ ପନ୍ତ ଓ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଲଡର୍‌ସଠାରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ ଟ୍ରେନିଂ ନେଉଛନ୍ତି। ୨୦୦୭ ପରେ […] The post ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ appeared first on Dharitri Odia News.

ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ

ଲଣ୍ଡନ, ୮ା୬: ଆସନ୍ତା ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ୍‌ ଲାଗି ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ରବିବାରଠାରୁ ଟ୍ରେନିଂ ଆରମ୍ଭ କରିଛି। ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଆକାଶଦୀପ ସିଂଙ୍କ ସହ ନୂଆ ଅଧିନାୟକ ଗିଲ୍‌, ରିଷଭ ପନ୍ତ ଓ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଲଡର୍‌ସଠାରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମାର୍ଗଦର୍ଶନରେ ଟ୍ରେନିଂ ନେଉଛନ୍ତି।

୨୦୦୭ ପରେ ଇଂଲଣ୍ଡରେ ପ୍ରଥମ ଟେଷ୍ଟ ସିରିଜ୍‌ ବିଜୟ ଲକ୍ଷ୍ୟରେ ଥିବା ଗିଲ୍‌ଙ୍କ ଭାରତୀୟ ଟେଷ୍ଟ ଦଳରେ ପ୍ରାୟତଃ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହେଡିଂଲେରେ ଖେଳାଯିବ। ପରବର୍ତ୍ତୀ ୪ ମ୍ୟାଚ୍‌ ଯଥାକ୍ରମେ ଏଜ୍‌ବାଷ୍ଟନ, ଲଡର୍‌ସ, ଓଲ୍ଡ ଟ୍ରାଫୋର୍ଡ ଓ ଦି ଓଭାଲରେ ଖେଳାଯିବାର ଅଛି। ବର୍ତ୍ତମାନ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚାଲିଥିବା ଅନ୍‌ଅଫିସିଆଲ ଦ୍ୱିତୀୟ ଟେଷ୍ଟରେ ଭାରତ ଏ’ ପାଇଁ କିଛି ସିନିୟର ଦଳର ଖେଳାଳି ଖେଳୁଛନ୍ତି।

The post ଇଂଲଣ୍ଡରେ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଆରମ୍ଭ appeared first on Dharitri Odia News.