ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ ଏତଲା ଦିଆଯିବା ଏବଂ ଏହାକୁ ନେଇ ଟାହିଟାପରା କରାଯିବା କୋମଳମତି ପିଲାଙ୍କ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଏଭଳି ଏକ ଘଟଣାରେ ମର୍ମାହତ ହୋଇଥିବା ଜଣେ ୯ମ ଶ୍ରେଣୀ ଛାତ୍ର ଲୋକଙ୍କ ଅପମାନକୁ ସହ୍ୟକରି ନ ପାରି ଶୁକ୍ରବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ଗଞ୍ଜାମ […] The post ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର appeared first on Dharitri Odia News.

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ ଏତଲା ଦିଆଯିବା ଏବଂ ଏହାକୁ ନେଇ ଟାହିଟାପରା କରାଯିବା କୋମଳମତି ପିଲାଙ୍କ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଏଭଳି ଏକ ଘଟଣାରେ ମର୍ମାହତ ହୋଇଥିବା ଜଣେ ୯ମ ଶ୍ରେଣୀ ଛାତ୍ର ଲୋକଙ୍କ ଅପମାନକୁ ସହ୍ୟକରି ନ ପାରି ଶୁକ୍ରବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଘଟିଛି ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ଼ ଗ୍ରାମରେ। ଛାତ୍ର ଜଣକ ହେଲେ ନାରାୟଣ ପରିଡ଼ାଙ୍କ ପୁଅ ଚନ୍ଦନ ପରିଡ଼ା। ଚନ୍ଦନ ଗତ ୧୭ ତାରିଖରେ ଗଁା ଦାଣ୍ଡରେ ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ବଲ୍‌ ଖେଳୁଥିଲେ। ଏହି ସମୟରେ ବଲ୍‌ଟି ଗ୍ରାମର ଜଣେ ମହିଳାଙ୍କ ଦେହରେ ବାଜିଥିଲା। ମହିଳା ଜଣଙ୍କ ଅସନ୍ତୋଷ ବ୍ୟକ୍ତ କରିବା ସହ ଗ୍ରାମର କେତେଜଣ ଲୋକଙ୍କ ପ୍ରରୋଚନାରେ ଚନ୍ଦନ ଏବଂ ତାଙ୍କ ବାପାଙ୍କ ବିରୋଧରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଗ୍ରାମର କେତେଜଣ ଲୋକ ଚନ୍ଦନଙ୍କୁ ଦେଖିଲେ ‘ତୋ ନାମରେ ମାମଲା ହେଲା, ତୋର ଭବିଷ୍ୟତ ଗଲା। ତୁ ପାଠ ପଢ଼ିଲେ ବି ଆଉ ଚାକିରି କରିପାରିବୁ ନାହିଁ। ତୋ କ୍ୟାରିୟର ବରବାଦ ହୋଇଗଲା’ ବୋଲି କହି ଟାହିଟାପରା କରୁଥିଲେ। ଏ ସମ୍ପର୍କରେ ଚନ୍ଦନ ବାପାଙ୍କୁ ସବୁକଥା କହିଥିଲେ। ବ୍ୟସ୍ତ ହୁଅନା, କିଛି ହେବ ନାହିଁ ବୋଲି ବାପା ଚନ୍ଦନଙ୍କୁ ବୁଝାଇଥିଲେ। କିନ୍ତୁ ଚନ୍ଦନ ମାନସିକ ଦୁଶ୍ଚିନ୍ତା ଭିତରେ ରହୁଥିଲେ। ଶୁକ୍ରବାର ସେ ଏକ ଦୋକାନରୁ ମୂଷାମରା ବିଷ କିଣି ବାଟରେ ଖାଇଦେଇଥିଲେ। ଘରେ ପହଞ୍ଚିବା ପରେ ବାନ୍ତି କରିଥିଲେ। ବାପା କ’ଣ ହେଲା ବୋଲି ପଚାରିବାରୁ ସେ ଲୋକମାନଙ୍କ ଅପମାନ ସହ୍ୟ କରି ନ ପାରି ବିଷ ପିଇ ଦେଇଥିବା କହିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଭଞ୍ଜନଗର ମେଡିକାଲକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

The post ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର appeared first on Dharitri Odia News.