ଡାଇରେକ୍ଟର ସୀମାଞ୍ଚଳ ପାଢୀଙ୍କ ପରଲୋକ

ପୁରୁଷୋତ୍ତମପୁର,୧୯।୭(ସୀମାଞ୍ଚଳ ମିଶ୍ର): ଇଫ୍‌କୋର ଡାଇରେକ୍ଟର ତଥା ଭୂତସରସିଙ୍ଗି କପିଳେଶ୍ବର ବହୁମୁଖୀ ସମବାୟ ସମିତି ସଭାପତି ତଥା ବରିଷ୍ଠ ବିଜେଡି ନେତା ଓକିଲ ସୀମାଞ୍ଚଳ ପାଢୀଙ୍କ ଗୁରବାର ରାତିରେ ହୃଦ୍‌ଘାତରେ ଦିଲ୍ଲୀରେ ପରଲୋକ ହୋଇଯାଇଛି। ତାଙ୍କ ନିଜ ଘର ପୁରୁଷୋତ୍ତମପୁର ରାଧାକାନ୍ତ ସାହିରେ ହୋଇଥିବା ବେଳେ ଗତ କିଛିଦିନ ହେଲା ସେ ବ୍ରହ୍ମପୁରରେ ରହୁଥିଲେ। ସେ ଇଫକୋକୁ ଓଡିଶାରୁ ଏକମାତ୍ର ଡାଇରେକ୍ଟର ଭାବେ ୨୦୦୯ରୁ ଲଗାତର ନିର୍ବାଚିତ ହୋଇ ପତିନିଧିତ୍ୱ କରିଆସୁଥିଲେ। ଏପରିକି ସେ ଦୀର୍ଘ ୩୦ ବର୍ଷ […] The post ଡାଇରେକ୍ଟର ସୀମାଞ୍ଚଳ ପାଢୀଙ୍କ ପରଲୋକ appeared first on Dharitri Odia News.

ଡାଇରେକ୍ଟର ସୀମାଞ୍ଚଳ ପାଢୀଙ୍କ ପରଲୋକ

ପୁରୁଷୋତ୍ତମପୁର,୧୯।୭(ସୀମାଞ୍ଚଳ ମିଶ୍ର): ଇଫ୍‌କୋର ଡାଇରେକ୍ଟର ତଥା ଭୂତସରସିଙ୍ଗି କପିଳେଶ୍ବର ବହୁମୁଖୀ ସମବାୟ ସମିତି ସଭାପତି ତଥା ବରିଷ୍ଠ ବିଜେଡି ନେତା ଓକିଲ ସୀମାଞ୍ଚଳ ପାଢୀଙ୍କ ଗୁରବାର ରାତିରେ ହୃଦ୍‌ଘାତରେ ଦିଲ୍ଲୀରେ ପରଲୋକ ହୋଇଯାଇଛି। ତାଙ୍କ ନିଜ ଘର ପୁରୁଷୋତ୍ତମପୁର ରାଧାକାନ୍ତ ସାହିରେ ହୋଇଥିବା ବେଳେ ଗତ କିଛିଦିନ ହେଲା ସେ ବ୍ରହ୍ମପୁରରେ ରହୁଥିଲେ।

ସେ ଇଫକୋକୁ ଓଡିଶାରୁ ଏକମାତ୍ର ଡାଇରେକ୍ଟର ଭାବେ ୨୦୦୯ରୁ ଲଗାତର ନିର୍ବାଚିତ ହୋଇ ପତିନିଧିତ୍ୱ କରିଆସୁଥିଲେ। ଏପରିକି ସେ ଦୀର୍ଘ ୩୦ ବର୍ଷ ହେଲା ଭୂତସରସିଙ୍ଗି କପିଳେଶ୍ବର ବହୁମୁଖୀ ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ନିର୍ବାହ କରୁଥିଲେ।

ଗତ ଦୁଇ ମାସତଳେ ଗୋଡରେ ଆଘାତ ଲାଗିବା ପରେ ସେ ଗତ କିଛିଦିନ ହେଲା ବଡପୁଅ ମୌମ୍ୟଜିତ ପାଢୀ ରହୁଥିବା ଦିଲ୍ଲୀସ୍ଥିତ ଘରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଗୁରବାର ରାତିରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।

ତାଙ୍କ ମରଶରୀର ଶୁକ୍ରବାର ବିମାନ ଯୋଗେ ଭୂବନେଶ୍ବର ଅଣାଯିବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ତାଙ୍କ ପାଖରେ ସ୍ତ୍ରୀ ରେଣୁବାଳା ପାଢୀ, ବଡ ପୁଅ ସୌମ୍ୟଜିତ, ସାନପୁଅ ସୁଭ୍ରଜିତ ଓ ବୋହୁ ଶୁଭଶ୍ରୀ ରହିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରୁଷୋତ୍ତମପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post ଡାଇରେକ୍ଟର ସୀମାଞ୍ଚଳ ପାଢୀଙ୍କ ପରଲୋକ appeared first on Dharitri Odia News.