ଏବେ ଶଙ୍ଖଭବନ ପାଲଟିଛି ହୋଟେଲ, ୮୦ ଟଙ୍କାରେ ମିଳୁଛି ମିଲ୍, ଗ୍ରାହକ କହୁଛନ୍ତି ଭିତିରି କଥା…
ଭୁବନେଶ୍ୱର,୧୩ା୧: ବିଜେଡି ପାର୍ଟି ଅଫିସ ଏବେ ଲୋକଙ୍କ ପାଇଁ ହୋଟେଲ ସାଜିଛି। ଏଠାରେ ଖାଲି ଯେ, ଦଳୀୟ କର୍ମୀ ଖାଇଥାନ୍ତି ତା’ ନୁହେଁ, ଏଠାରେ ସାଧାରଣ ଲୋକ ବି ଖାଉଛନ୍ତି ମିଲ୍। ମିଲ୍ ମାଗଣା ନୁହେଁ, ମିଲ୍ର ଦାମ୍ ରହିଛି ମାତ୍ର ୮୦ ଟଙ୍କା। ୮୦ଟଙ୍କା ଦେଇ ଲୋକେ ପେଟପୂରା ଖାଉଥିବା କହିଛନ୍ତି। ଆଗ ପଟରେ ଦଳୀୟ କାର୍ଯ୍ୟାଳୟ ଚାଲିଥିବାବେଳେ ପଛପଟେ ଚାଲିଛି ହୋଟେଲ। ହୋଟଲରେ ମେନୁ ବି ଲାଗିଛି। କେଉଁ ଖାଦ୍ୟର କେତେ ଦାମ୍ ତାହାର […] The post ଏବେ ଶଙ୍ଖଭବନ ପାଲଟିଛି ହୋଟେଲ, ୮୦ ଟଙ୍କାରେ ମିଳୁଛି ମିଲ୍, ଗ୍ରାହକ କହୁଛନ୍ତି ଭିତିରି କଥା… appeared first on Dharitri Odia News.
ଭୁବନେଶ୍ୱର,୧୩ା୧: ବିଜେଡି ପାର୍ଟି ଅଫିସ ଏବେ ଲୋକଙ୍କ ପାଇଁ ହୋଟେଲ ସାଜିଛି। ଏଠାରେ ଖାଲି ଯେ, ଦଳୀୟ କର୍ମୀ ଖାଇଥାନ୍ତି ତା’ ନୁହେଁ, ଏଠାରେ ସାଧାରଣ ଲୋକ ବି ଖାଉଛନ୍ତି ମିଲ୍। ମିଲ୍ ମାଗଣା ନୁହେଁ, ମିଲ୍ର ଦାମ୍ ରହିଛି ମାତ୍ର ୮୦ ଟଙ୍କା। ୮୦ଟଙ୍କା ଦେଇ ଲୋକେ ପେଟପୂରା ଖାଉଥିବା କହିଛନ୍ତି।
ଆଗ ପଟରେ ଦଳୀୟ କାର୍ଯ୍ୟାଳୟ ଚାଲିଥିବାବେଳେ ପଛପଟେ ଚାଲିଛି ହୋଟେଲ। ହୋଟଲରେ ମେନୁ ବି ଲାଗିଛି। କେଉଁ ଖାଦ୍ୟର କେତେ ଦାମ୍ ତାହାର ତାଲିକା ରହିଛି। ସତେ ଯେମିତି ପଞ୍ଚତାରକା ହୋଟେଲ।
ଜଣେ ଗ୍ରାହକ କହିଛନ୍ତି, ଏଠାରେ ୮୦ ଟଙ୍କାରେ ବେଶ୍ ଭଲ ଖାଇବା ମିଳୁଛି। ସେହିପରି ଜଣେ ମହିଳା ଗ୍ରାହକ କହିଛନ୍ତି, ଉକ୍ତ ହୋଟେଲରେ ବାହାର ହୋଟେଲଠାରୁ ବି ଭଲ ଦାମ୍ ଆଉ ଭଲ ଖାଦ୍ୟ ମିଳୁଛି। ସମସ୍ତଙ୍କୁ ଏଠାକୁ ଅନୁମତି ଅଛି। ସାଧାରଣ ଲୋକଟିଏ ମଧ୍ୟ ଏଠାରେ ଖାଇପାରିବେ।
ଠିକ୍ ୨୦୨୪ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଏହି ଶଙ୍ଖଭବନର ଶୁଭାରମ୍ଭ କରିଥିଲା। କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମିତ ଏହି ଦଳୀୟ କାର୍ଯ୍ୟାଳୟ ଏବେ ହୋଟେଲ ସାଜିଛି।
ତେବେ ଖୋଦ୍ ନବୀନ ବାବୁଙ୍କ ଦଳୀୟ କାର୍ଯ୍ୟାଳୟ ଏବେ କାହିଁକି ହୋଟେଲ ସାଜିଛି ତାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। କେହି କେହି ଦଳ ଦେବାଳିଆ ହୋଇ ହୋଟେଲ ଚଳାଇ ଅର୍ଥ ସାଉଁଟୁଥିବା କହୁଥିବାବେଳେ କେହି ପାଣ୍ଡିଆନ ଏବଂ ବବିଙ୍କ ପାଇଁ ବିଜେଡିର ଏପରି ଅବସ୍ଥା ହୋଇଛି ବୋଲି କହୁଛନ୍ତି।
The post ଏବେ ଶଙ୍ଖଭବନ ପାଲଟିଛି ହୋଟେଲ, ୮୦ ଟଙ୍କାରେ ମିଳୁଛି ମିଲ୍, ଗ୍ରାହକ କହୁଛନ୍ତି ଭିତିରି କଥା… appeared first on Dharitri Odia News.