ଦାରିଦ୍ର୍ୟତା ଯୋଗୁ ୨୦ ହଜାର ଟଙ୍କାରେ ନିଜ ଶିଶୁକନ୍ୟାକୁ ବିକ୍ରି କରିଦେଲା ମାଆ

ରାୟଗଡା : ଦାରିଦ୍ର୍ୟତା ପାଇଁ ନିଜ ଛୁଆକୁ ବିକ୍ରି କରିଦେଲେ ବାପା-ମାଆ। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି। ଅର୍ଥ ଅଭାବରୁ ବାପା-ମାଆ ୨୦ ହଜାର ଟଙ୍କା ମୂଲ୍ୟରେ ଶିଶୁ କନ୍ୟାଟିକୁ ବିକ୍ରି କରିଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । […]

ଦାରିଦ୍ର୍ୟତା ଯୋଗୁ ୨୦ ହଜାର ଟଙ୍କାରେ ନିଜ ଶିଶୁକନ୍ୟାକୁ ବିକ୍ରି କରିଦେଲା ମାଆ
Mother sells her newborn daughter for Rs 20,000 due to poverty

ରାୟଗଡା : ଦାରିଦ୍ର୍ୟତା ପାଇଁ ନିଜ ଛୁଆକୁ ବିକ୍ରି କରିଦେଲେ ବାପା-ମାଆ। ଏଭଳି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି। ଅର୍ଥ ଅଭାବରୁ ବାପା-ମାଆ ୨୦ ହଜାର ଟଙ୍କା ମୂଲ୍ୟରେ ଶିଶୁ କନ୍ୟାଟିକୁ ବିକ୍ରି କରିଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ବର୍ଷର ଏକ ଶିଶୁକନ୍ୟା ରହିଛି। ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ-ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ। ତାଙ୍କର ପୂର୍ବରୁ ଆଉ ଏକ କନ୍ୟା ସନ୍ତାନ ରହିଛି । ଏଥି ପାଇଁ ସେମାନେ ଛୁଆକୁ ବିକ୍ରି କରିଥିବା କୁହାଯାଉଛି।

ସେପଟେ ମାଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହବାପରେ କତାପେଟାର ଏକ ବୁଲା ବିକାଳୀ ମହିଳା ଜଣଙ୍କ ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି ଓ ସେ ମୋତେ ୨୦ ହଜାର ଟଙ୍କା ଦେଇଛନ୍ତି। ତେବେ ଏହି ଘଟଣା ନେଇ ଖବର ପାଇବା ପରେ ନୂଆପଡା ସାହିରେ ପହଞ୍ଚି ସିଡବ୍ଲୁସି ର ଏକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଆଣି ସିଡବ୍ଲୁସି ନିକଟରେ ହସ୍ତାନ୍ତର କରିବା ପାଇଁ କୁହାଯାଇଛି।