୮ ରାଜ୍ୟସଭା ଆସନ ନିମନ୍ତେ ଜୁନ ୧୯ରେ ନିର୍ବାଚନ, ତାରିଖ ଘୋଷଣା କଲେ ECI

ନୂଆଦିଲ୍ଲୀ ୨୬।୫:  ରାଜ୍ୟସଭା (ଉଚ୍ଚ ସଦନ)ର ୮ଟି ଆସନ ନିମନ୍ତେ ଦ୍ୱିବାର୍ଷିକ ନିର୍ବାଚନର ତାରିଖ ଘୋଷଣା ହୋଇଛି। ଆସାମର ୨ ଓ ତାମିଲନାଡୁର ୬ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ ଓ ଜୁଲାଇରେ ସମାପ୍ତ ହେଉଥିବାରୁ ଏହି ନିର୍ବାଚନ କରାଯାଉଛି।  ଭାରତ ନିର୍ବାଚନ ଆୟୋଗ( ଇସିଆଇ) ଏଥି ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି। ଇସିଆଇଙ୍କ ସୂଚନା ଅନୁସାରେ ଏହି ନିର୍ବାଚନ ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବ। ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ଅଧିସୂଚନା ଜୁନ ୨ ତାରିଖରେ ଘୋଷଣା ହେବ। ଆସାମର ବୀରେନ୍ଦ୍ର ପ୍ରସାଦ ବୈଶ୍ୟ (ବିଜେପି) ଓ ରଞ୍ଜନ ଦାସ (ବିଜେପି)ଙ୍କ କାର୍ଯ୍ୟକାଳ ଜୁନ ୧୪ ତାରିଖରେ ସମାପ୍ତ ହେବ। ସେହିପରି ତାମିଲନାଡୁରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୬ ସଦସ୍ୟ ଅମ୍ବୁ ମଣି ରାମଦାସ (ପିଏମକେ), ଏନ.ଚନ୍ଦ୍ରଶେଖରନ (ଏଆଇଡିଏମକେ), ଏନ.ଶାନମୁଗମ (ଡିଏମକେ), ପି.ୱିଲସନ (ଡିଏମକେ) ଓ ଭାଇକୋ (ଏମଡିଏମକେ)ଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସମାପ୍ତ ହେବ। ଏହି ନିର୍ବାଚନ ନିମନ୍ତେ ଜୁନ ୨ରେ ଅଧିସୂଚନା ଜାରି ହେବାକୁ ଥିବା ବେଳେ ଜୁନ ୯ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଜୁନ ୧୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବା ବେଳେ ଜୁନ ୧୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଜୁନ ୧୯ରେ ମତଦାନ ହେବ। ଜୁନ ୧୯ ଅପରାହ୍ନ ୫ଟା ବେଳେ ଭୋଟ ଗଣନା ହେବାକୁ ଥିବା ବେଳେ ପ୍ରକ୍ରିୟା ପୂରା ହେବାର ଶେଷ ତାରିଖ ଜୁନ ୨୩ ତାରିଖ। ଗ

୮ ରାଜ୍ୟସଭା ଆସନ ନିମନ୍ତେ ଜୁନ ୧୯ରେ ନିର୍ବାଚନ, ତାରିଖ ଘୋଷଣା କଲେ ECI

ନୂଆଦିଲ୍ଲୀ ୨୬।୫:  ରାଜ୍ୟସଭା (ଉଚ୍ଚ ସଦନ)ର ୮ଟି ଆସନ ନିମନ୍ତେ ଦ୍ୱିବାର୍ଷିକ ନିର୍ବାଚନର ତାରିଖ ଘୋଷଣା ହୋଇଛି। ଆସାମର ୨ ଓ ତାମିଲନାଡୁର ୬ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଜୁନ ଓ ଜୁଲାଇରେ ସମାପ୍ତ ହେଉଥିବାରୁ ଏହି ନିର୍ବାଚନ କରାଯାଉଛି।  ଭାରତ ନିର୍ବାଚନ ଆୟୋଗ( ଇସିଆଇ) ଏଥି ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି। ଇସିଆଇଙ୍କ ସୂଚନା ଅନୁସାରେ ଏହି ନିର୍ବାଚନ ଜୁନ ୧୯ ତାରିଖରେ ଅନୁଷ୍ଠିତ ହେବ। ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ଅଧିସୂଚନା ଜୁନ ୨ ତାରିଖରେ ଘୋଷଣା ହେବ। 

ଆସାମର ବୀରେନ୍ଦ୍ର ପ୍ରସାଦ ବୈଶ୍ୟ (ବିଜେପି) ଓ ରଞ୍ଜନ ଦାସ (ବିଜେପି)ଙ୍କ କାର୍ଯ୍ୟକାଳ ଜୁନ ୧୪ ତାରିଖରେ ସମାପ୍ତ ହେବ। ସେହିପରି ତାମିଲନାଡୁରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୬ ସଦସ୍ୟ ଅମ୍ବୁ ମଣି ରାମଦାସ (ପିଏମକେ), ଏନ.ଚନ୍ଦ୍ରଶେଖରନ (ଏଆଇଡିଏମକେ), ଏନ.ଶାନମୁଗମ (ଡିଏମକେ), ପି.ୱିଲସନ (ଡିଏମକେ) ଓ ଭାଇକୋ (ଏମଡିଏମକେ)ଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସମାପ୍ତ ହେବ। 

ଏହି ନିର୍ବାଚନ ନିମନ୍ତେ ଜୁନ ୨ରେ ଅଧିସୂଚନା ଜାରି ହେବାକୁ ଥିବା ବେଳେ ଜୁନ ୯ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ। ଜୁନ ୧୦ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବା ବେଳେ ଜୁନ ୧୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଜୁନ ୧୯ରେ ମତଦାନ ହେବ। ଜୁନ ୧୯ ଅପରାହ୍ନ ୫ଟା ବେଳେ ଭୋଟ ଗଣନା ହେବାକୁ ଥିବା ବେଳେ ପ୍ରକ୍ରିୟା ପୂରା ହେବାର ଶେଷ ତାରିଖ ଜୁନ ୨୩ ତାରିଖ। ଗତ ଦିନରେ ନିର୍ବାଚନ ଆୟୋଗ ୪ ରାଜ୍ୟର ୫ ବିଧାନସଭା ଆସନ ନିମନ୍ତେ ଉପ ନିର୍ବାଚନ ଘୋଷଣା କରିଥିଲେ। 

ଉପନିର୍ବାଚନ ନିମନ୍ତେ ଭୋଟଦାନ ତାରିଖ ଜୁନ ୧୯ ତାରିଖ ଧାର୍ଯ୍ୟ ହୋଇଛି। ଉପନିର୍ବାଚନ ଫଳାଫଳ ଜୁନ ୨୩ରେ ଘୋଷଣା ହେବ। ଇସିଆଇ ଗୁଜରାଟ, କେରଳ, ପଞ୍ଜାବ ଓ ପଶ୍ଚିମବଙ୍ଗର ୫ ବିଧାନସଭା ନିର୍ବାଚନମଣ୍ଡଳି ନିମନ୍ତେ ଉପ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଏହି ସବୁ ଆସନ ଗୁଡିକ ବିଧାୟକଙ୍କ ପରଲୋକ ଓ ଇସ୍ତଫା ଯୋଗୁ ଖାଲି ପଡିଥିଲା। ଯେଉଁସବୁ ଆସନରେ ନିର୍ବାଚନ ହେବ ସେଥିରେ ଗୁଜରାଟର କାଦି ଓ ବିସାଭଦର, କେରଳର ନିଲାମ୍ବୁର, ପଞ୍ଜାବର ଲୁଧିଆନା ଓ ପଶ୍ଚିମବଙ୍ଗର କାଲିଗଞ୍ଜ ସିଟ୍ ରହିଛି।