ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ନିଷ୍ପତ୍ତି, ନୂଆ ଡିଜାଇନ୍ ନେଇ ଚାଲିଛି ଆଲୋଚନା
ଭୁବନେଶ୍ବର ୨୦।୧୨: ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ପ୍ରସ୍ତୁତି ଜୋର । ପୁରୀ ଶ୍ରୀମନ୍ଦିରରେ ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ନାଟ୍ୟମଣ୍ଡପ, ଗରୁଡ଼ ସ୍ତମ୍ଭରୁ ବାହାର କାଠ ପର୍ଯ୍ୟନ୍ତ ଯେଉଁଠି ଠିଆ ହେଲେ ବି ମହାପ୍ରଭୁଙ୍କ ଦର୍ଶନ ହୋଇପାରିବ । ଏହା ଦ୍ୱାରା ଆଉ ଠେଲା ପେଲା ହେବ ନାହିଁ । ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଭକ୍ତ ମନ୍ଦିରର ଗୋଟିଏ ପଟେ ପ୍ରବେଶ କରି ଅନ୍ୟପଟେ ପ୍ରସ୍ତାନ କରିବେ । ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ସହଯୋଗ ଲୋଡିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବି ଖୁବ୍ଶୀଘ୍ର ନୂଆ ବ୍ୟବସ୍ଥା ହେବ । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମଧ୍ୟ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍ । ନୂଆ ଡିଜାଇନ୍ ନେଇ ଆଲୋଚନା ଚାଲିଥିବା ଆଇନ ମନ୍ତ୍ରୀ କହିଛନ୍ତି । ଲୋକଙ୍କ ଧର୍ମୀୟ ଭବନାକୁ ଦେଖି ନିଷ୍ପତ୍ତି ନିଆଯିବ । ତିଆରି ହେବ ଗୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ । ୨ରୁ ୩ ମାସ ଭିତରେ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।You Can Read:ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତ ସମ୍ଭାବନା, କୋହଲା ପାଗ ସହ ହୋଇପାରେ ବର୍ଷା
ଭୁବନେଶ୍ବର ୨୦।୧୨: ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ପ୍ରସ୍ତୁତି ଜୋର । ପୁରୀ ଶ୍ରୀମନ୍ଦିରରେ ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ନାଟ୍ୟମଣ୍ଡପ, ଗରୁଡ଼ ସ୍ତମ୍ଭରୁ ବାହାର କାଠ ପର୍ଯ୍ୟନ୍ତ ଯେଉଁଠି ଠିଆ ହେଲେ ବି ମହାପ୍ରଭୁଙ୍କ ଦର୍ଶନ ହୋଇପାରିବ । ଏହା ଦ୍ୱାରା ଆଉ ଠେଲା ପେଲା ହେବ ନାହିଁ । ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଭକ୍ତ ମନ୍ଦିରର ଗୋଟିଏ ପଟେ ପ୍ରବେଶ କରି ଅନ୍ୟପଟେ ପ୍ରସ୍ତାନ କରିବେ । ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ସହଯୋଗ ଲୋଡିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବି ଖୁବ୍ଶୀଘ୍ର ନୂଆ ବ୍ୟବସ୍ଥା ହେବ ।
ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମଧ୍ୟ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍ । ନୂଆ ଡିଜାଇନ୍ ନେଇ ଆଲୋଚନା ଚାଲିଥିବା ଆଇନ ମନ୍ତ୍ରୀ କହିଛନ୍ତି । ଲୋକଙ୍କ ଧର୍ମୀୟ ଭବନାକୁ ଦେଖି ନିଷ୍ପତ୍ତି ନିଆଯିବ । ତିଆରି ହେବ ଗୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ । ୨ରୁ ୩ ମାସ ଭିତରେ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।
You Can Read:
ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତ ସମ୍ଭାବନା, କୋହଲା ପାଗ ସହ ହୋଇପାରେ ବର୍ଷା