ବ୍ରହ୍ମଗିରି ପ୍ରଶାସନ ଓ ପୁଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି
ଭୁବନେଶ୍ୱର: ବ୍ରହ୍ମଗିରି ବ୍ଲକ, ବଡ଼ବେଣାକୁଦି ଗ୍ରାମ ପଞ୍ଚାୟତର ବଡ଼ଦିଆଣ୍ଡି ଗ୍ରାମର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ୨୦୨୩ ମସିହା ଡିସେମ୍ବର ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ଅନୁମୋଦନ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଭଳି କଠିନ ପରିସ୍ଥିତିକୁ ମୁକାବିଲା ଓ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ଦ୍ୱାରା ଆମ ଓଡିଶା ସମଗ୍ର ଦେଶରେ ପ୍ରଥମ ହୋଇପାରିଛି। ଏହି […]

ଭୁବନେଶ୍ୱର: ବ୍ରହ୍ମଗିରି ବ୍ଲକ, ବଡ଼ବେଣାକୁଦି ଗ୍ରାମ ପଞ୍ଚାୟତର ବଡ଼ଦିଆଣ୍ଡି ଗ୍ରାମର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ୨୦୨୩ ମସିହା ଡିସେମ୍ବର ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ଅନୁମୋଦନ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଭଳି କଠିନ ପରିସ୍ଥିତିକୁ ମୁକାବିଲା ଓ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ଦ୍ୱାରା ଆମ ଓଡିଶା ସମଗ୍ର ଦେଶରେ ପ୍ରଥମ ହୋଇପାରିଛି।
ଏହି ଯୋଜନାକୁ ଅଧିକ ସଶକ୍ତ ଏବଂ ଲୋକମାନଙ୍କୁ ପ୍ରାକୃତିକ ବିପର୍ୟ୍ୟୟରୁ ରକ୍ଷା କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମଗିରି ବ୍ଲକ ବଡ଼ବେଣାକୁଦୀ ପଞ୍ଚାୟତ ବଡ଼ଦିଆଣ୍ଡି ଗ୍ରାମକୁ ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଅନୁମୋଦନ କରିଥିଲେ। ସେହିପରି ଡ଼ିସେମ୍ବର ୧୬ ତାରିଖ ଦିନ ବ୍ରହ୍ମଗିରି ବ୍ଲକ ବଡ଼ବେଣାକୁଦୀ ପଞ୍ଚାୟତ ବଡ଼ଦିଆଣ୍ଡି ଗ୍ରାମର ଗ୍ରାମବାସୀ ମାନେ ତତ୍କାଳୀନ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କୁ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଛନ୍ତି। ଠିକ୍ ଆଜି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଆସିଛି। ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଛି। ସେହିପରି ବର୍ତ୍ତମାନର ବିଧାୟିକାଙ୍କ ଇଙ୍ଗିତରେ ବ୍ରହ୍ମଗିରି ବ୍ଲକ, ବଡ଼ବେଣାକୁଦି ଗ୍ରାମ ପଞ୍ଚାୟତର ବଡ଼ଦିଆଣ୍ଡି ଗ୍ରାମରେ ଆଜି ବାତ୍ୟା ଆଶ୍ରୟସ୍ଥଳୀ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ପୁଲିସର ଗୁଣ୍ଡାରାଜ ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବଢ଼ିଛି।
ବିଗତ ସରକାର ସମୟରେ ବଡ଼ଦିଆଣ୍ଡି ଗ୍ରାମର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ବଡ଼ ଦୁଃଖର ବିଷୟ ଆଜି ସେହି ବାତ୍ୟା ଆଶ୍ରୟସ୍ଥଳୀର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ହୋଇଥିବା ଫଳକରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା (ଯିଏକି ବର୍ତ୍ତମାନ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ୨୯ ନଂ ଜୋନର ଜିଲ୍ଲା ପରିଷଦ) ଏବଂ ସ୍ଥାନୀୟ ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନାମ ନଥିବାରୁ ଏବଂ ଗ୍ରାମବାସୀଙ୍କ ଦ୍ଵାରା ସ୍ଥିରୀକୃତ ହୋଇଥିବା ଜାଗାରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇନଥିବାରୁ ଏହାକୁ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ସ୍ଥାନୀୟ ବ୍ରହ୍ମଗିରି ପୋଲିସର ଗୁଣ୍ଡାରାଜ ଓ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସେହି ଗ୍ରାମର ଗ୍ରାମବାସୀମାନଙ୍କୁ ଆଘାତ ଦେବା ସହିତ ବ୍ରହ୍ମଗିରି ଜନସାଧାରଣଙ୍କର ପୋଲିସ ପ୍ରତି ଭରସା ତୁଟି ଯାଇଛି।ଏହାକୁ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହିତ ପୋଲିସର ମାତ୍ରାଧିକ କାର୍ଯ୍ଯାନୁଷ୍ଠାନ ବିରୋଧରେ ସରକାର ଦୃଢ଼ ପଦକ୍ଷେପ ନେବେ ବୋଲି ଦାବି କରୁଛି।