ପ୍ରସିଦ୍ଧ ରେଡିଓ ଘୋଷକ ଅମିନ ସାୟାନିଙ୍କ ପରଲୋକ
ଆଦିଲ୍ଲୀ: ରେଡିଓ ଯୁଗରେ ଭାରତରେ ଘରେ ଘରେ ପରିଚିତ ହୋଇପାରିଥିବା ଲୋକପ୍ରିୟ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ । ୯୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି। ଆକାଶବାଣୀ ବିବିଧ ଭାରତୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିନାକା ଗୀତମାଲା’ ଉପସ୍ଥାପନା କରି ଅମିନ ସାୟାନୀ ବିଶ୍ଵରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ହୃଦଘାତରେ ଅମିନ ସାୟାନିଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ରାଜିଲ ସାୟାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅମିନ ସାୟାନି ୨୧ ଡିସେମ୍ବର ୧୯୩୨ରେ […]

ଆଦିଲ୍ଲୀ: ରେଡିଓ ଯୁଗରେ ଭାରତରେ ଘରେ ଘରେ ପରିଚିତ ହୋଇପାରିଥିବା ଲୋକପ୍ରିୟ ଉପସ୍ଥାପକ ଅମିନ ସାୟାନିଙ୍କ ପରଲୋକ । ୯୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି। ଆକାଶବାଣୀ ବିବିଧ ଭାରତୀର ଲୋକପ୍ରିୟ କାର୍ଯ୍ୟକ୍ରମ ‘ବିନାକା ଗୀତମାଲା’ ଉପସ୍ଥାପନା କରି ଅମିନ ସାୟାନୀ ବିଶ୍ଵରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । ହୃଦଘାତରେ ଅମିନ ସାୟାନିଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ରାଜିଲ ସାୟାନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଅମିନ ସାୟାନି ୨୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ରେଡିଓ ଜଗତରେ ଅମିନ ସାୟାନି ବଡ ଖ୍ୟାତି ଅର୍ଜନ କରିଥିଲେ । ଅମିନ ସାୟାନି ମୁମ୍ବାଇର ଅଲ ଇଣ୍ଡିଆ ରେଡିଓରୁ ରେଡିଓ ଉପସ୍ଥାପକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କ ଭାଇ ହାମିଦ ସାୟାନି ତାଙ୍କୁ ଏଠାରେ ପରିଚିତ କରାଇଥିଲେ । ସେ ସେଠାରେ ୧୦ ବର୍ଷ ପାଇଁ ଇଂରାଜୀ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହା ପରେ ସେ ଅଲ ଇଣ୍ଡିଆ ରେଡିଓକୁ ଭାରତରେ ଲୋକପ୍ରିୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।