ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ
ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍ଡିଏଚ୍ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟ ସରକାରଙ୍କୁ ମସଲାର ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ତାର ପରୀକ୍ଷା କରିବାକୁ ଆଦେଶ ଦିଆଯାଇଛି। ଏହାପୂର୍ବରୁ ମସଲା ବୋର୍ଡ ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ରୁଟିନ୍ ସାମ୍ପୁଲ ନେବା ଆରମ୍ଭ କରିଥିଲା, ଏହାସତ୍ତ୍ୱେ କୌଣସି ଅନ୍ୟ ସରକାରୀ ଏଜେନ୍ସିଂ ଦ୍ୱାରା ମସଲାର ଗୁଣବତ୍ତା ବିଷୟରେ […] The post ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ appeared first on Dharitri Odia News.
ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍ଡିଏଚ୍ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ରାଜ୍ୟ ସରକାରଙ୍କୁ ମସଲାର ଗୁଣବତ୍ତା ସୁନିଶ୍ଚିତ କରିବା ଲାଗି ତାର ପରୀକ୍ଷା କରିବାକୁ ଆଦେଶ ଦିଆଯାଇଛି। ଏହାପୂର୍ବରୁ ମସଲା ବୋର୍ଡ ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ରୁଟିନ୍ ସାମ୍ପୁଲ ନେବା ଆରମ୍ଭ କରିଥିଲା, ଏହାସତ୍ତ୍ୱେ କୌଣସି ଅନ୍ୟ ସରକାରୀ ଏଜେନ୍ସିଂ ଦ୍ୱାରା ମସଲାର ଗୁଣବତ୍ତା ବିଷୟରେ କୌଣସି ନିଶ୍ଚିତ ବୟାନ ଜାରି କରାଯାଇନାହିଁ।
ରିପୋର୍ଟ ମୁତାବକ, ଉତ୍ତରାଖଣ୍ଡର ଖାଦ୍ୟ ସୁରକ୍ଷା କମିଶନର ଡା. ଆର୍ ରାଜେଶ କୁମାର ରାଜ୍ୟରେ ହେଉଥିବା ସମସ୍ତ ଖାଦ୍ୟ ମସଲାର ଯାଞ୍ଚର ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡରେ ୫୦ରୁ ଅଧିକ ମସଲା ନିର୍ମାଣ କମ୍ପାନୀ ରହିଛି। ଏଣୁ ସମସ୍ତ କମ୍ପାନୀକୁ ଯାଇ ବିଭିନ୍ନ ମସଲାର ଗୁଣବତ୍ତା ଯାଞ୍ଚ କରିବା ଲାଗି ନମୂନା ନେବାକୁ ଆଦେଶ ଦିଆଯାଇଛି।
The post ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ appeared first on Dharitri Odia News.