ବାଲ୍ୟବିବାହ, ଶିଶୁଶ୍ରମିକ, ନାରୀ ନିର୍ଯାତନା ରୋକିବା ନେଇ ସଚେତନ

ଦାରିଙ୍ଗବାଡ଼ି,୨୧ା୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଧାର୍ମିକ ନେତାଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରେମ ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ସୁଧୀର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଯୋଗ ଦେଇ ବାଲ୍ୟବିବାହ ରୋକିବା ସହ ଶିଶୁଶ୍ରମିକ, ନାରୀ ହିଂସା ଆଦି ରୋକିବାକୁ ସଚେତନ କରିଥିଲେ। ଅଞ୍ଚଳରେ ବିଭିନ୍ନ ଧର୍ମର ନେତାମାନେ ଏହାକୁ ରୋକିବା ଦିଗରେ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଥିଲେ। ସେହିପରି […] The post ବାଲ୍ୟବିବାହ, ଶିଶୁଶ୍ରମିକ, ନାରୀ ନିର୍ଯାତନା ରୋକିବା ନେଇ ସଚେତନ appeared first on Dharitri Odia News.

ବାଲ୍ୟବିବାହ, ଶିଶୁଶ୍ରମିକ, ନାରୀ ନିର୍ଯାତନା ରୋକିବା ନେଇ ସଚେତନ

ଦାରିଙ୍ଗବାଡ଼ି,୨୧ା୧୨: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଧାର୍ମିକ ନେତାଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରେମ ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ସୁଧୀର ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଯୋଗ ଦେଇ ବାଲ୍ୟବିବାହ ରୋକିବା ସହ ଶିଶୁଶ୍ରମିକ, ନାରୀ ହିଂସା ଆଦି ରୋକିବାକୁ ସଚେତନ କରିଥିଲେ। ଅଞ୍ଚଳରେ ବିଭିନ୍ନ ଧର୍ମର ନେତାମାନେ ଏହାକୁ ରୋକିବା ଦିଗରେ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଥିଲେ।

ସେହିପରି ଜିଲା ସଂଯୋଜିକା ସନ୍ଧ୍ୟାରାଣୀ ନାୟକ ମଧ୍ୟ କିଶୋରୀ, କିଶୋର ଏବଂ ଶିଶୁମାନଙ୍କ ପାଇଁ ଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥାପନ କରି ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ପାଳକ ସଂଘର ସଭାପତି ସୁନୀଲ କୁମାର ପ୍ରଧାନଙ୍କ ସମେତ ଏବିଇଓ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ଜାଗୃତି ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ପ୍ରେମ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ।

The post ବାଲ୍ୟବିବାହ, ଶିଶୁଶ୍ରମିକ, ନାରୀ ନିର୍ଯାତନା ରୋକିବା ନେଇ ସଚେତନ appeared first on Dharitri Odia News.