କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲାକାର ପରିଷଦ ଶାଖା କେନ୍ଦୁଝର ଜିଲା ମା’ ତାରିଣୀ ପାଲାକାର ପରିଷଦ କେନ୍ଦୁଝରର ୪୭ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୮ରୁ ୧୦ ରିଖ ତିନିଦିନ ଧରି ସଦର ବ୍ଲକ ଅନ୍ତର୍ଗତ ରାଇକଳାପଞ୍ଚାୟତ ଅଧୀନ ବନେଇକଳା ଗ୍ରାମରେ ଆୟୋଜିତ ହେବ। ଉକ୍ତ ସମ୍ମିଳନୀର ୨ୟ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିବା ପାଇଁ ସହମତି ପ୍ରଦାନ […] The post କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲାକାର ପରିଷଦ ଶାଖା କେନ୍ଦୁଝର ଜିଲା ମା’ ତାରିଣୀ ପାଲାକାର ପରିଷଦ କେନ୍ଦୁଝରର ୪୭ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୮ରୁ ୧୦ ରିଖ ତିନିଦିନ ଧରି ସଦର ବ୍ଲକ ଅନ୍ତର୍ଗତ ରାଇକଳାପଞ୍ଚାୟତ ଅଧୀନ ବନେଇକଳା ଗ୍ରାମରେ ଆୟୋଜିତ ହେବ। ଉକ୍ତ ସମ୍ମିଳନୀର ୨ୟ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି। ଏହାସହ ଜିଲାର ୩୮ଦଳ ସୁ-ପ୍ରତିଷ୍ଠିତ ଗାୟିକାଗାୟକମାନେ ଅହୋରାତ୍ର ପାଲା ପରିବେଷଣ କରିବେ। ଓଡ଼ିଶା ପାଲା ଗାୟକ ପରିଷଦର କର୍ମକର୍ତ୍ତାଙ୍କ ସହିତ ବହୁ ସାହିତି୍ୟକ କବି ବାଗ୍ମୀ ଆଧ୍ୟାତ୍ମିକ ପ୍ରବକ୍ତାମାନେ ଯୋଗଦାନ କରିବା ପାଇଁ ସ୍ଥିର ହୋଇଛି ବୋଲି ରମାକାନ୍ତ ପାତ୍ର ସଭାପତି, ମା’ ତାରିଣୀ ପାଲାକାର ପରିଷଦ କେନ୍ଦୁଝର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
The post କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.