ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ

ଇସ୍‌ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍‌-ହକ୍‌ଙ୍କ ସାମରିକ ଶାସନ କାଳରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଉପଯୁକ୍ତ ବିଚାର କରା ନ ଯାଇ ଏହି ଦଣ୍ଡାଦେଶ ଦିଆଯାଇଥିଲା ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି। ୨୦୧୧ ଏପ୍ରିଲ ୨ରେ ତତ୍କାଳୀନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜରଦାରି ସମ୍ବିଧାନର ଅନୁଚ୍ଛେଦ ୧୮୬ ଅଧୀନ ପ୍ରେସିଡେନ୍ସିଆଲ ରେଫରେନ୍ସ ବଳରେ ଏହି ସ୍ବତନ୍ତ୍ର […] The post ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ appeared first on Dharitri Odia News.

ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ

ଇସ୍‌ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍‌-ହକ୍‌ଙ୍କ ସାମରିକ ଶାସନ କାଳରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଉପଯୁକ୍ତ ବିଚାର କରା ନ ଯାଇ ଏହି ଦଣ୍ଡାଦେଶ ଦିଆଯାଇଥିଲା ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ବୁଧବାର ସ୍ପଷ୍ଟ କରିଛନ୍ତି।
୨୦୧୧ ଏପ୍ରିଲ ୨ରେ ତତ୍କାଳୀନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜରଦାରି ସମ୍ବିଧାନର ଅନୁଚ୍ଛେଦ ୧୮୬ ଅଧୀନ ପ୍ରେସିଡେନ୍ସିଆଲ ରେଫରେନ୍ସ ବଳରେ ଏହି ସ୍ବତନ୍ତ୍ର ମାମଲାର ରାୟ ପୁନର୍ବିଚାର କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପ୍ରତିଷ୍ଠାତା ତଥା ତାଙ୍କ ଶ୍ୱଶୁର ଭୁଟ୍ଟୋଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ଅନୁଚିତ ଥିଲା ବୋଲି ଜର୍ଦ୍ଦାରି ଦର୍ଶାଇଥିଲେ। ୧୯୭୭ରେ ଭୁଟ୍ଟୋ ସରକାରଙ୍କ ପତନ ଘଟାଇଥିବା ଏକଚ୍ଛତ୍ରବାଦୀ ଶାସକ ହକ୍‌ଙ୍କ ଚାପରେ ୫୧ ବର୍ଷୀୟ ଭୁଟ୍ଟୋଙ୍କୁ ଫାଶୀ ଦିଆଯାଇଥିବା ଅନେକ ପାକିସ୍ତାନୀ ମନେକରନ୍ତି। ସେମାନଙ୍କ ମତରେ ଏହା ଏକ ନ୍ୟାୟ ବହିର୍ଭୂତ ହତ୍ୟା। ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେପି) କାଜି ଫଏଜ୍‌ ଇସାଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ବୃହତ୍‌ ପୀଠ କହିଛନ୍ତି, ଲାହୋର ହାଇକୋର୍ଟଙ୍କ ବିଚାର ଓ ସୁପ୍ରିମକୋର୍ଟରେ ଅପିଲକୁ ନେଇ ଉପରୋକ୍ତ ରାୟ ଦିଆଯାଇଥିଲା। କିନ୍ତୁ ଦେଶର ସମ୍ବିଧାନ ଓ ଆଇନ ଅନୁମତି ଦେଉ ନ ଥିବାରୁ ଏହି ରାୟକୁ ବଦଳାଯାଇପାରିବ ନାହିଁ। ପରବର୍ତ୍ତୀ ସମୟରେ ଶୀର୍ଷ ଅଦାଲତ ଏନେଇ ବିସ୍ତୃତ ଭାବେ ମତ ରଖିବେ।

 

The post ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ appeared first on Dharitri Odia News.