ମେ ୨୦୨୫ରେ ହ୍ରାସ ହୋଇଛି ଔଦ୍ୟୋଗିକ ଉତ୍ପାଦନ ହାର, ପହଞ୍ଚିଛି ୯ ମାସର ସବୁଠୁ ନିମ୍ନ ସ୍ତରକୁ

ନୂଆଦିଲ୍ଲୀ ୩୦।୬: ଦେଶର ଔଦ୍ୟୋଗିକ ଉତ୍ପାଦନର ବେଗ ମେ ମାସରେ ଧିମେଇ ଯାଇ ମାତ୍ର ୧.୨% ରହିଛି। ଏହା ଗତ ୯ ମାସର ସବୁଠୁ ନିମ୍ନତମ ସ୍ତର। ଏହି ହ୍ରାସ ମୁଖ୍ୟ ରୂପେ ଉତ୍ପାଦନ (ମେନୁଫେକ୍ଚରିଂ), ଖନନ (ମାଇନିଂ) ଓ ବିଦ୍ୟୁତ (ପାୱାର) ସେକ୍ଟରର ଦୁର୍ବଳ ପ୍ରଦର୍ଶନ ଯୋଗୁ ହୋଇଛି। ଏହି ସୂଚନା ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ଜାରି କରାଯାଇଛି। ୨୦୨୪ ମେ ମାସରେ ଔଦ୍ୟୋଗିକ ଉତ୍ପାଦନରେ ୬.୩% ବୃଦ୍ଧି ହୋଇଥିଲା। ମେନୁଫେକ୍ଚରିଂ କ୍ଷେତ୍ରର ଅଭିବୃଦ୍ଧି ହାର ହ୍ରାସ ହୋଇ ୨.୬%କୁ ପହଞ୍ଚି ଯାଇଛି। ୨୦୨୪ ମସିହା ଏହି ସମୟରେ ମେନୁଫକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ୫.୧% ଥିଲା। ସେହିପରି ଖନନ କ୍ଷେତ୍ରରେ ୦.୧% ହ୍ରାସ ଦେଖାଯାଇଛି। ବର୍ଷକ ପୂର୍ବରୁ ଏହି କ୍ଷେତ୍ରରେ ୬.୬%ର ଅଭିବୃଦ୍ଧି ଦେଖାଯାଇଥିଲା। ସେହିପରି ବିଦ୍ୟୁତ ଉତ୍ପାଦନ ହାରରେ ୫.୮% ହ୍ରାସ ଦେଖାଯାଇଛି। ତେବେ ମେ ୨୦୨୪ରେ ଏହି କ୍ଷେତ୍ରର ଉତ୍ପାଦନ ହାର ୧୩.୭% ଥିଲା। ତେବେ ଜାରି ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ଦୁଇ ମାସ ଏପ୍ରିଲ ଓ ମେ ମାସରେ ଔଦ୍ୟୋଗିକ ଉତ୍ପାଦନ ହାରରେ ୧.୮% ବୃଦ୍ଧି ହୋଇଛି। ହେଲେ  ଗତବର୍ଷ ଏହି ଅବଧିରେ ଉତ୍ପାଦନ ହାର ୫.୭% ଥିଲା। ଏନଏସଓ ଏପ୍ରିଲ ୨୦୨୫ରେ ଔଦ୍ୟୋଗିକ ଉତ୍ପାଦନର ଅଭିବୃଦ୍ଧି ହାରକୁ ମଧ୍ୟ ସଂଶୋଧନ କରିଛନ୍ତି। ପ୍ରଥମେ ଏହାକୁ ୨.୭% କୁହାଯାଇଥିବା ବେଳେ ଏବେ ଏହାକୁ ହ୍ରାସ କରି ୨.୬% କରାଯାଇଛି। ଏହି ତଥ୍ୟର

ମେ ୨୦୨୫ରେ ହ୍ରାସ ହୋଇଛି ଔଦ୍ୟୋଗିକ ଉତ୍ପାଦନ ହାର, ପହଞ୍ଚିଛି ୯ ମାସର ସବୁଠୁ ନିମ୍ନ ସ୍ତରକୁ

ନୂଆଦିଲ୍ଲୀ ୩୦।୬: ଦେଶର ଔଦ୍ୟୋଗିକ ଉତ୍ପାଦନର ବେଗ ମେ ମାସରେ ଧିମେଇ ଯାଇ ମାତ୍ର ୧.୨% ରହିଛି। ଏହା ଗତ ୯ ମାସର ସବୁଠୁ ନିମ୍ନତମ ସ୍ତର। ଏହି ହ୍ରାସ ମୁଖ୍ୟ ରୂପେ ଉତ୍ପାଦନ (ମେନୁଫେକ୍ଚରିଂ), ଖନନ (ମାଇନିଂ) ଓ ବିଦ୍ୟୁତ (ପାୱାର) ସେକ୍ଟରର ଦୁର୍ବଳ ପ୍ରଦର୍ଶନ ଯୋଗୁ ହୋଇଛି। ଏହି ସୂଚନା ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ଜାରି କରାଯାଇଛି। ୨୦୨୪ ମେ ମାସରେ ଔଦ୍ୟୋଗିକ ଉତ୍ପାଦନରେ ୬.୩% ବୃଦ୍ଧି ହୋଇଥିଲା। 

ମେନୁଫେକ୍ଚରିଂ କ୍ଷେତ୍ରର ଅଭିବୃଦ୍ଧି ହାର ହ୍ରାସ ହୋଇ ୨.୬%କୁ ପହଞ୍ଚି ଯାଇଛି। ୨୦୨୪ ମସିହା ଏହି ସମୟରେ ମେନୁଫକ୍ଚରିଂ ସେକ୍ଟରର ଅଭିବୃଦ୍ଧି ହାର ୫.୧% ଥିଲା। ସେହିପରି ଖନନ କ୍ଷେତ୍ରରେ ୦.୧% ହ୍ରାସ ଦେଖାଯାଇଛି। ବର୍ଷକ ପୂର୍ବରୁ ଏହି କ୍ଷେତ୍ରରେ ୬.୬%ର ଅଭିବୃଦ୍ଧି ଦେଖାଯାଇଥିଲା। ସେହିପରି ବିଦ୍ୟୁତ ଉତ୍ପାଦନ ହାରରେ ୫.୮% ହ୍ରାସ ଦେଖାଯାଇଛି। ତେବେ ମେ ୨୦୨୪ରେ ଏହି କ୍ଷେତ୍ରର ଉତ୍ପାଦନ ହାର ୧୩.୭% ଥିଲା। 

ତେବେ ଜାରି ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ଦୁଇ ମାସ ଏପ୍ରିଲ ଓ ମେ ମାସରେ ଔଦ୍ୟୋଗିକ ଉତ୍ପାଦନ ହାରରେ ୧.୮% ବୃଦ୍ଧି ହୋଇଛି। ହେଲେ  ଗତବର୍ଷ ଏହି ଅବଧିରେ ଉତ୍ପାଦନ ହାର ୫.୭% ଥିଲା। ଏନଏସଓ ଏପ୍ରିଲ ୨୦୨୫ରେ ଔଦ୍ୟୋଗିକ ଉତ୍ପାଦନର ଅଭିବୃଦ୍ଧି ହାରକୁ ମଧ୍ୟ ସଂଶୋଧନ କରିଛନ୍ତି। ପ୍ରଥମେ ଏହାକୁ ୨.୭% କୁହାଯାଇଥିବା ବେଳେ ଏବେ ଏହାକୁ ହ୍ରାସ କରି ୨.୬% କରାଯାଇଛି। 

ଏହି ତଥ୍ୟରୁ ଏହା ସ୍ପଷ୍ଟ ଆକଳନ କରି ହେଉଛି ଯେ ଦେଶର ଔଦ୍ୟୋଗିକ ଗିତବିଦ୍ଧିର ବେଗ ଧିମା ହେଉଛି। ଏଣୁ ଏହା ଆର୍ଥିକ ବିକାଶର ଗତି ଉପରେ ପ୍ରଭାବ ପକାଇବ ବୋଲି ଏବେ ଅନୁମାନ କରାଯାଉଛି। ଏଣୁ ଦେଶର ଉଦ୍ୟୋଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର ମଜଭୁତ ପଦକ୍ଷେପ ନେବା ଏବେଠୁ ଜରୁରି ବୋଲି କୁହାଯାଇଛି।