ରୁଟି ଦେଲାନି ଦୋକାନ କର୍ମଚାରୀ, ୪ ମହଲା କୋଠାରୁ ଠେଲିଦେଲା ଗ୍ରାହକ

ବାୱାନା: ଦିଲ୍ଲୀର ବାୱାନାଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରୁଟି ବିବାଦକୁ ନେଇ କାରଖାନା କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ରାମ ପ୍ରକାଶ ବୋଲି ଜଣାପଡିଛି। ରାମ ପ୍ରକାଶ ବାୱାନାର ଏକ କାରଖାନାରେ ତିନିମାସ କାମ କରୁଥିଲେ। ପୋଲିସର ସୂଚନାନୁସାରେ, ରାମ ପ୍ରକାଶ ଦୀପାବଳି ପାଇଁ କାରଖାନାର ଚତୁର୍ଥ ମହଲାକୁ ସଜାଉଥିଲେ। ଏହି ସମୟ ମଧ୍ୟରେ ପଡୋଶୀ କାରଖାନାରେ କାମ କରୁଥିବା ଅସଲାମ ତାଙ୍କ ଟେରାସରେ ଉପସ୍ଥିତ ଥିଲେ। ସେ ପ୍ରଚୁର ମଦ୍ୟପାନ କରିଥିଲେ। ସେ ରାମ ପ୍ରକାଶଙ୍କଠାରୁ ରୁଟି ମାଗିଥିଲେ।ଗାଳିଗୁଲଜ କରିବାରୁ ରାମ ପ୍ରକାଶ ତାଙ୍କୁ ମନା କରିଦେଇଥିଲେ। ଟଙ୍କା ଦେଲେ ରୁଟି ଦେବେ ବୋଲି କହିଥିଲେ। ଏହା ପରେ ଅଭିଯୁକ୍ତ ରାମ ପ୍ରକାଶଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହି ବିବାଦ କଳହରେ ପରିଣତ ହେଲା। ଅଭିଯୁକ୍ତ ପୀଡିତାଙ୍କୁ ପିଟିପିଟି ବିଲଡିଂ ସମ୍ମୁଖକୁ ଟାଣି ନେଇଥିଲା।ଏଥିରେ ରାଗିଯାଇ ଅସଲମ ରାମ ପ୍ରକାଶଙ୍କୁ ଠେଲି ଦେଇଥିଲା। ବିଲ୍ଡିଂର ଚତୁର୍ଥ ମହଲାରୁ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ କାରଖାନାରୁ ଫେରାର ମାରିଥିଲା। ତେବେ ପରେ ପୋଲିସ ତାଙ୍କୁ ଧରିଥିଲା।ଆହତ କର୍ମଚାରୀଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ବର୍ତ୍ତମାନ ପୋଲିସ ଏହି ଘଟ

ରୁଟି ଦେଲାନି ଦୋକାନ କର୍ମଚାରୀ, ୪ ମହଲା କୋଠାରୁ ଠେଲିଦେଲା ଗ୍ରାହକ

ବାୱାନା: ଦିଲ୍ଲୀର ବାୱାନାଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରୁଟି ବିବାଦକୁ ନେଇ କାରଖାନା କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାମ ରାମ ପ୍ରକାଶ ବୋଲି ଜଣାପଡିଛି। ରାମ ପ୍ରକାଶ ବାୱାନାର ଏକ କାରଖାନାରେ ତିନିମାସ କାମ କରୁଥିଲେ। ପୋଲିସର ସୂଚନାନୁସାରେ, ରାମ ପ୍ରକାଶ ଦୀପାବଳି ପାଇଁ କାରଖାନାର ଚତୁର୍ଥ ମହଲାକୁ ସଜାଉଥିଲେ। ଏହି ସମୟ ମଧ୍ୟରେ ପଡୋଶୀ କାରଖାନାରେ କାମ କରୁଥିବା ଅସଲାମ ତାଙ୍କ ଟେରାସରେ ଉପସ୍ଥିତ ଥିଲେ। ସେ ପ୍ରଚୁର ମଦ୍ୟପାନ କରିଥିଲେ। ସେ ରାମ ପ୍ରକାଶଙ୍କଠାରୁ ରୁଟି ମାଗିଥିଲେ।

ଗାଳିଗୁଲଜ କରିବାରୁ ରାମ ପ୍ରକାଶ ତାଙ୍କୁ ମନା କରିଦେଇଥିଲେ। ଟଙ୍କା ଦେଲେ ରୁଟି ଦେବେ ବୋଲି କହିଥିଲେ। ଏହା ପରେ ଅଭିଯୁକ୍ତ ରାମ ପ୍ରକାଶଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହି ବିବାଦ କଳହରେ ପରିଣତ ହେଲା। ଅଭିଯୁକ୍ତ ପୀଡିତାଙ୍କୁ ପିଟିପିଟି ବିଲଡିଂ ସମ୍ମୁଖକୁ ଟାଣି ନେଇଥିଲା।

ଏଥିରେ ରାଗିଯାଇ ଅସଲମ ରାମ ପ୍ରକାଶଙ୍କୁ ଠେଲି ଦେଇଥିଲା। ବିଲ୍ଡିଂର ଚତୁର୍ଥ ମହଲାରୁ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ କାରଖାନାରୁ ଫେରାର ମାରିଥିଲା। ତେବେ ପରେ ପୋଲିସ ତାଙ୍କୁ ଧରିଥିଲା।

ଆହତ କର୍ମଚାରୀଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।