ତୁର୍କୀରେ ଭେଟ ହେଲେ ରୁଷ୍ ଓ ୟୁକ୍ରେନ୍‌ , ଶାନ୍ତି ବାର୍ତ୍ତାରେ ଏହି କଥା ହେଲା ଆଲୋଚନା

ନୂଆଦିଲ୍ଲୀ : ରୁଷ୍‌ରେ ୟୁକ୍ରେନର ଭୟଙ୍କର ଡ୍ରୋନ୍‌ ହମଲାର ଗୋଟିଏ ଦିନ ପରେ ଦୁଇ ଦେଶର ପ୍ରତିନିଧିମଣ୍ଡଳ ତୁର୍କୀର ଇସ୍ତାନବୁଲରେ ସାମ୍ନା ସାମ୍ନି ହୋଇଛନ୍ତି। ସୋମବାର ଦିନ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ବାର୍ତ୍ତା ପାଖାପାଖି ୨ଘଣ୍ଟା ବିଳମ୍ୱରେ ଆରମ୍ଭ ହୋଇଛି, ପାଖାପାଖି ଘଣ୍ଟାଏ ଧରି ଚାଲିଥିବା ଏହି ଆଲୋଚନାରେ ଯୁଦ୍ଧବିରାମ ବା ଯୁଦ୍ଧ ବନ୍ଦକୁ ନେଇ କୌଣସି ବିଶେଷ ବୁଝାମଣା ହୋଇ ନାହିଁ , କିନ୍ତୁ କିଛି ମାନବୀୟ ପ୍ରସଙ୍ଗ ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କେଉଁ କେଉଁ ମାମଲା ଉପରେ ସହମତି – ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଉଭୟ ପକ୍ଷ ତୁର୍କୀ ମାଧ୍ୟମରେ ଡକ୍ୟୁମେଣ୍ଟର ଆଦାନପ୍ରଦାନ କରିଛନ୍ତି ଏବଂ ଯୁଦ୍ଧବନ୍ଦୀଙ୍କର ଏକ ନୂଆ ଅଦଳବଦଳର ପ୍ରସ୍ତୁତି ହେଉଛି। ଏହା ପୂର୍ବରୁ ୧୬ ମେ’ରେ ହୋଇଥିବା କଥାବାର୍ତ୍ତାରେ ମଧ୍ୟ ୧୦୦୦-୧୦୦୦ କଏଦୀଙ୍କ ଆଦାନ ପ୍ରଦାନ ହୋଇଥିଲା।ହମଲା ମଧ୍ୟରେ କଥାବାର୍ତ୍ତା – ଗୋଟିଏ ଦିନ ପୂର୍ବେ ୟୁକ୍ରେନ ରୁଷ୍‌ର ପାଖାପାଖି ୪ଟି ଏୟାରବେସ୍‌ ଉପରେ ବଡ଼ ଡ୍ରୋନ୍‌ ହମଲା କରିଥିଲା, ଯେଉଁଥିରେ ପାଖାପାଖି ୪୦ରୁ ଅଧିକ ଫାଇଟର ବିମାନ ନଷ୍ଟ ହୋଇଛି। ୟୁକ୍ରେନୀ ସୁରକ୍ଷା ଏଜେନ୍ସି ପ୍ରମୁଖ ଭାସିଲ ମଲିୟୁକ ଏହି ହମଲାକୁ ରୁଷ୍‌ର ସେନା ଶକ୍ତି ଉପରେ ଶକ୍ତ ଚାପୁଡା ଭାବେ ବର୍ଣ୍ଣନା କରିଛନ୍ତି। ଅନ୍ୟପଟେ, ଜେଲେନସ୍କି ଏହାକୁ ଇତିହାସରେ ଲିପିବଦ୍ଧ ରହିବା ଭଳି

ତୁର୍କୀରେ ଭେଟ ହେଲେ ରୁଷ୍ ଓ ୟୁକ୍ରେନ୍‌ , ଶାନ୍ତି ବାର୍ତ୍ତାରେ ଏହି କଥା ହେଲା ଆଲୋଚନା

ନୂଆଦିଲ୍ଲୀ : ରୁଷ୍‌ରେ ୟୁକ୍ରେନର ଭୟଙ୍କର ଡ୍ରୋନ୍‌ ହମଲାର ଗୋଟିଏ ଦିନ ପରେ ଦୁଇ ଦେଶର ପ୍ରତିନିଧିମଣ୍ଡଳ ତୁର୍କୀର ଇସ୍ତାନବୁଲରେ ସାମ୍ନା ସାମ୍ନି ହୋଇଛନ୍ତି। ସୋମବାର ଦିନ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ବାର୍ତ୍ତା ପାଖାପାଖି ୨ଘଣ୍ଟା ବିଳମ୍ୱରେ ଆରମ୍ଭ ହୋଇଛି, ପାଖାପାଖି ଘଣ୍ଟାଏ ଧରି ଚାଲିଥିବା ଏହି ଆଲୋଚନାରେ ଯୁଦ୍ଧବିରାମ ବା ଯୁଦ୍ଧ ବନ୍ଦକୁ ନେଇ କୌଣସି ବିଶେଷ ବୁଝାମଣା ହୋଇ ନାହିଁ , କିନ୍ତୁ କିଛି ମାନବୀୟ ପ୍ରସଙ୍ଗ ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। 

କେଉଁ କେଉଁ ମାମଲା ଉପରେ ସହମତି – 

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଉଭୟ ପକ୍ଷ ତୁର୍କୀ ମାଧ୍ୟମରେ ଡକ୍ୟୁମେଣ୍ଟର ଆଦାନପ୍ରଦାନ କରିଛନ୍ତି ଏବଂ ଯୁଦ୍ଧବନ୍ଦୀଙ୍କର ଏକ ନୂଆ ଅଦଳବଦଳର ପ୍ରସ୍ତୁତି ହେଉଛି। ଏହା ପୂର୍ବରୁ ୧୬ ମେ’ରେ ହୋଇଥିବା କଥାବାର୍ତ୍ତାରେ ମଧ୍ୟ ୧୦୦୦-୧୦୦୦ କଏଦୀଙ୍କ ଆଦାନ ପ୍ରଦାନ ହୋଇଥିଲା।

ହମଲା ମଧ୍ୟରେ କଥାବାର୍ତ୍ତା – 

ଗୋଟିଏ ଦିନ ପୂର୍ବେ ୟୁକ୍ରେନ ରୁଷ୍‌ର ପାଖାପାଖି ୪ଟି ଏୟାରବେସ୍‌ ଉପରେ ବଡ଼ ଡ୍ରୋନ୍‌ ହମଲା କରିଥିଲା, ଯେଉଁଥିରେ ପାଖାପାଖି ୪୦ରୁ ଅଧିକ ଫାଇଟର ବିମାନ ନଷ୍ଟ ହୋଇଛି। ୟୁକ୍ରେନୀ ସୁରକ୍ଷା ଏଜେନ୍ସି ପ୍ରମୁଖ ଭାସିଲ ମଲିୟୁକ ଏହି ହମଲାକୁ ରୁଷ୍‌ର ସେନା ଶକ୍ତି ଉପରେ ଶକ୍ତ ଚାପୁଡା ଭାବେ ବର୍ଣ୍ଣନା କରିଛନ୍ତି। ଅନ୍ୟପଟେ, ଜେଲେନସ୍କି ଏହାକୁ ଇତିହାସରେ ଲିପିବଦ୍ଧ ରହିବା ଭଳି ଏକ ସୁନ୍ଦର ଅପରେସନ କହିଛନ୍ତି। 

ଏହି ହମଲାରେ ରୁଷ୍‌ର ରଣନୀତିକ ବୋମାବର୍ଷକ ବିମାନ ଗୁଡ଼ିକର ଏକ-ତୃତୀୟାଂଶରୁ ଅଧିକ କ୍ଷମତା ପ୍ରଭାବିତ ହୋଇଛି। ରୁଷ୍‌ ରବିବାର ୟୁକ୍ରେନ ଉପରେ ୪୭୧ ଟି ଡ୍ରୋନ୍‌ ମାଡ଼ କରିଥିଲା – ଯାହା ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ ପରିମାଣ।

ଦୁଇ ଦେଶ ତୁର୍କୀରେ ୨ୟ ଥର ସାମ୍ନା ସାମ୍ନି – 

ଇସ୍ତାନବୁଲରେ ହୋଇଥିବା ଏହି ବୈଠକରେ ଦୁଇ ଦେଶର ପ୍ରତିନିଧି ସାମ୍ନା ସାମ୍ନି ବସିଥିଲେ। ୟୁକ୍ରେନୀ ପ୍ରତିନିଧମଣ୍ଡଳର ପରିଚାଳନା ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମେରୋଭ କରିଛନ୍ତି, ଅନ୍ୟପଟେ ରୁଷୀୟ ଦଳର ନେତୃତ୍ୱ ରାଷ୍ଟ୍ରପତି ପୁଟିନଙ୍କ ପରାମର୍ଶଦାତା ଭ୍ଲାଦିମିର ମେଡିନସ୍କି କରିଥିଲେ। ବୈଠକରେ ତୁର୍କୀର ବିଦେଶ ମନ୍ତ୍ରୀ ହାକାନ ଫିଡାନ ମଧ୍ୟ ଉପସ୍ଥିତ ରହିଥିଲେ। ବୈଠକରେ ଯୁଦ୍ଧବନ୍ଦୀଙ୍କ ମୁକ୍ତି ବ୍ୟତୀତ ୟୁକ୍ରେନ ରୁଷ୍‌କୁ ସେହି ଶିଶୁମାନଙ୍କ ତାଲିକା ମଧ୍ୟ ପ୍ରଦାନ କରିଛି, ଯାହାଙ୍କୁ ଜୋର ଜବରଦସ୍ତ ରୁଷ୍‌ ପଠାଯାଇଛି ଏବଂ ଯାହାଙ୍କର ପ୍ରତ୍ୟାବର୍ତ୍ତନ ନେଇ ଦାବି କରାଯାଉଛି।

ୟୁକ୍ରେନ୍‌ ଅନୁସାରେ , ତାର ସଦ୍ୟ ସଠିକ୍‌ ଓ ଦୂରଗାମୀ ହମଲା ରୁଷ୍‌କୁ ଆଲୋଚନା ଟେବୁଲ୍‌କୁ ଆସିବା ପାଇଁ ବାଧ୍ୟ କରିଛି। ଜେଲେନସ୍କି କହିଛନ୍ତି , ରୁଷ୍‌କୁ ନିଜ କ୍ଷତିର ଅନୁଭବ ହେବା ଉଚିତ୍‌ , ଏହା ତାକୁ କୂଟନୀତି ଆଡକୁ ଟାଣିବ। ହେଲେ ଆମେରିକା ସ୍ଥିତ ଥିଙ୍କ ଟ୍ୟାଙ୍କ ଇନଷ୍ଟିଚ୍ୟୁଟ୍‌ ଫର୍‌ ଦ ଷ୍ଟଡି ଅଫ୍‌ ୱାରର କହିବାନୁସାରେ, ରୁଷ୍‌ ଆଲୋଚନାକୁ କେବଳ ଲମ୍ୱାଇବାକୁ ଚାହୁଁଛି , ଯାହାକି ଯୁଦ୍ଧକ୍ଷେତ୍ରରେ ଏହା ପ୍ରଭାବିତ ହୋଇ ପାରିବ। 

ଏହି ମଧ୍ୟରେ , ୟୁକ୍ରେନର ଖେରସୋନ ଓ ଜପୋରିଝିୟା କ୍ଷେତ୍ରରେ ରୁଷ୍‌ର ହମଲାରେ ୮ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ସେପଟେ ରୁଷ୍‌ ଦାବି କରିଛି ଯେ, ସେ ରାତି ଭିତରେ ୧୬୨ଟି ୟୁକ୍ରେନୀ ଡ୍ରୋନକୁ ମାରି ଖସାଇ ଦେଇଛି।