ରାଜପଥ କଡ଼ରୁ ମିଳିଲା ନରକଙ୍କାଳ
ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଥାନା ଅଧୀନ ସାଙ୍କେଶ ଗାଁ ନିକଟରୁ ପୋଲିସ ଏକ ନରକଙ୍କାଳ ଜବତ କରିଛି। ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ନରକଙ୍କାଳ ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ପୋଲିସ ଏବଂ ସାଇଣ୍ଡିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କଙ୍କାଳ କାହାର ଏହା ସ୍ପଷ୍ଟ ହୋଇନାହିଁ । ମୃତଦେହ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିଲା। […] The post ରାଜପଥ କଡ଼ରୁ ମିଳିଲା ନରକଙ୍କାଳ appeared first on Dharitri Odia News.
ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଥାନା ଅଧୀନ ସାଙ୍କେଶ ଗାଁ ନିକଟରୁ ପୋଲିସ ଏକ ନରକଙ୍କାଳ ଜବତ କରିଛି। ୩୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ନରକଙ୍କାଳ ଦେଖି ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ।
ଖବରପାଇ ପୋଲିସ ଏବଂ ସାଇଣ୍ଡିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନରକଙ୍କାଳ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କଙ୍କାଳ କାହାର ଏହା ସ୍ପଷ୍ଟ ହୋଇନାହିଁ । ମୃତଦେହ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ରହିଥିଲା। ଦୀର୍ଘ ଦିନ ହେବ ଗଛରେ ଝୁଲନ୍ତା ଅବସ୍ଥାରେ ରହିବାରୁ ତାହା କଙ୍କାଳ ହୋଇଯାଇଛି। ହେଲେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ। ତଦନ୍ତ ପରେ ସ୍ପଷ୍ଟ ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
The post ରାଜପଥ କଡ଼ରୁ ମିଳିଲା ନରକଙ୍କାଳ appeared first on Dharitri Odia News.