ନିଶ୍ଚିତକୋଇଲିରେ ଯୋଗାଣ ବିଭାଗର ଜୋରଦାର ଚଢ଼ାଉ, ଦୋକାନୀଙ୍କୁ କରାଯାଉଛି ତାଗିଦ
ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର ): ସାମୁଦ୍ରିକ ବାତ୍ୟା ‘ଦାନା’ ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କଲାଣି। ବାତ୍ୟାପାଇଁ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣୁଛନ୍ତି। ଏହାର ସୁଯୋଗ ନେଇ ହୋଲସେଲରଙ୍କଠାରୁ ଆରମ୍ଭ କରି ରିଟେଲରମାନେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ନଜର ଆସିଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଅଭୟ କୁମାର ପତିହାରୀ, ସାଲେପୁର ଯୋଗାଣ ନିରୀକ୍ଷକ ଦୀପ୍ତି ରଞ୍ଜନ ବେହେରା ମିଳିତ […] The post ନିଶ୍ଚିତକୋଇଲିରେ ଯୋଗାଣ ବିଭାଗର ଜୋରଦାର ଚଢ଼ାଉ, ଦୋକାନୀଙ୍କୁ କରାଯାଉଛି ତାଗିଦ appeared first on Dharitri Odia News.
ନିଶ୍ଚିନ୍ତକୋଇଲି,୨୪।୧୦(ଅଶୋକ କୁମାର ମହାପାତ୍ର ): ସାମୁଦ୍ରିକ ବାତ୍ୟା ‘ଦାନା’ ମାଡି ଆସୁଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କଲାଣି। ବାତ୍ୟାପାଇଁ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣୁଛନ୍ତି। ଏହାର ସୁଯୋଗ ନେଇ ହୋଲସେଲରଙ୍କଠାରୁ ଆରମ୍ଭ କରି ରିଟେଲରମାନେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ନଜର ଆସିଛି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଅଭୟ କୁମାର ପତିହାରୀ, ସାଲେପୁର ଯୋଗାଣ ନିରୀକ୍ଷକ ଦୀପ୍ତି ରଞ୍ଜନ ବେହେରା ମିଳିତ ଭାବେ ଲାବନ୍ୟ ଗ୍ୟାସ କାର୍ଯ୍ୟଳୟ, ଆଳୁ ଗୋଦାମ, ଗ୍ରୋସରି ଦୋକାନ ସମେତ ବହୁ ଦୋକାନ ଉପରେ ଚଢ଼ାଉ କରୁଛନ୍ତି। କୁତ୍ରିମ ଅଭାବ ନ କରି ଗ୍ରାହକଙ୍କୁ ଉଚିତ ମୂଲ୍ୟରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଯୋଗାଇବାକୁ ତାଗିଦ କରିଛନ୍ତି। ପ୍ରତେକ ଜିନିଷର ମହଜୁଦ ଥିବା ଦ୍ରବ୍ୟ ପରିମାଣ ଓ ମୂଲ୍ୟ ଲେଖି ସୂଚନା ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
The post ନିଶ୍ଚିତକୋଇଲିରେ ଯୋଗାଣ ବିଭାଗର ଜୋରଦାର ଚଢ଼ାଉ, ଦୋକାନୀଙ୍କୁ କରାଯାଉଛି ତାଗିଦ appeared first on Dharitri Odia News.