ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନ୍ୟୁୟର୍କ,୩।୬:ଓମାନ ବିପକ୍ଷ ମ୍ୟାଚରେ ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଇତିହାସ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଓମାନ ପ୍ରଥମେ ବ୍ୟାଟିଂ କରି ୧୧୦ ରନ ସଂଗ୍ରହ କରିଥିଲେ। ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଚମତ୍କାର ବୋଲିଂ କରି ୪ ଉଇକେଟ ନେବାରେ ସଫଳ ହୋଇଥିଲେ। ମ୍ୟାଚ୍‌ରେ ନାମିବ୍ୟା ପାଇଁ ବୋଲିଂ ଖୋଲିଥିଲେ। ଇନିଂସର ପ୍ରଥମ ଓଭରର ପ୍ରଥମ ଦୁଇଟି ବଲରେ ଉଇକେଟ ନେଇ ଧମାକା ହୋଇଥିଲା। ରୁବେନ ଟ୍ରମ୍ପେଲମ୍ୟାନ ପ୍ରଥମେ କାଶ୍ୟପ ପ୍ରଜାପତି […] The post ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା appeared first on Dharitri Odia News.

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନ୍ୟୁୟର୍କ,୩।୬:ଓମାନ ବିପକ୍ଷ ମ୍ୟାଚରେ ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଇତିହାସ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଓମାନ ପ୍ରଥମେ ବ୍ୟାଟିଂ କରି ୧୧୦ ରନ ସଂଗ୍ରହ କରିଥିଲେ। ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଚମତ୍କାର ବୋଲିଂ କରି ୪ ଉଇକେଟ ନେବାରେ ସଫଳ ହୋଇଥିଲେ। ମ୍ୟାଚ୍‌ରେ ନାମିବ୍ୟା ପାଇଁ ବୋଲିଂ ଖୋଲିଥିଲେ। ଇନିଂସର ପ୍ରଥମ ଓଭରର ପ୍ରଥମ ଦୁଇଟି ବଲରେ ଉଇକେଟ ନେଇ ଧମାକା ହୋଇଥିଲା। ରୁବେନ ଟ୍ରମ୍ପେଲମ୍ୟାନ ପ୍ରଥମେ କାଶ୍ୟପ ପ୍ରଜାପତି (୦) ଏବଂ ପରେ ଓମାନ ଅଧିନାୟକ ଆକିବ ଇଲିୟାସଙ୍କୁ ଆଉଟ୍‌ କରି ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ।
ଏଥି ସହିତ ଯଦିଓ ଟ୍ରମ୍ପେଲମ୍ୟାନ ତୃତୀୟ ବଲରେ ଉଇକେଟ ନେଇପାରି ନ ଥିଲେ ଏବଂ ହ୍ୟାଟ୍ରିକ ଉଇକେଟ ନେବାକୁ ବଞ୍ଚିତ ହୋଇଥିଲେ ହେଁ ବୋଲିଂ ସମୟରେ ଇତିହାସ ସୃଷ୍ଟି କରିଥିଲେ।
ବିଶ୍ୱକପ ମ୍ୟାଚରେ ଦୁଇଥର ଇନିଂସର ପ୍ରଥମ ବଲରେ ଉଇକେଟ ନେଇ ରେକର୍ଡ ରଖିଥିବା ଟ୍ରମ୍ପେଲମ୍ୟାନ ବିଶ୍ୱ କ୍ରିକେଟର ପ୍ରଥମ ବୋଲର ହୋଇଛନ୍ତି। ଏହାପୂର୍ବରୁ ଏହି ନାମିବ୍ୟାବୋଲର ସ୍କଟଲ୍ୟାଣ୍ଡ ବିପକ୍ଷରେ ୨୦୨୧ ଟି-୨୦ ବିଶ୍ୱକପ ମ୍ୟାଚରେ ଏଭଳି ସଫଳତା ହାସଲ କରିଥିଲେ। ଏଥି ସହିତ ଟ୍ରମ୍ପେଲମ୍ୟାନ ମଧ୍ୟ ଦୁନିଆର ପ୍ରଥମ ବୋଲର ଭାବେ ପୁରୁଷ ଟି-୨୦ରେ ପ୍ରଥମ ବଲରେ ଉଇକେଟ ନେଇ ରେକର୍ଡ ରଖିଛନ୍ତି।

The post ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା appeared first on Dharitri Odia News.