ପୁଅ କରଣଙ୍କ ନାମାଙ୍କନ ସମୟରେ ନଜର ଆସିଲେ ନାହିଁ ବ୍ରିଜ ଭୁଷଣ
ନୂଆଦିଲ୍ଲୀ,୩।୫: ନିକଟରେ ଭାଜପା କରଣ ଭୂଷଣ ସିଂଙ୍କୁ କେସିଆରଗଞ୍ଜ ଆସନରୁ ପ୍ରାର୍ଥୀ କରିଥିଲା। ଏବେ କରଣ ଭୂଷଣ ସିଂ ଶୁକ୍ରବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। କରଣ ଭୂଷଣ ସିଂ ବର୍ତ୍ତମାନର ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ। କିନ୍ତୁ ଯେତେବେଳେ ତାଙ୍କ ନାମାଙ୍କନ ପତ୍ରର ଫଟୋ ସାମ୍ନାକୁ ଆସିଲା, ସେତେବେଳେ ରାଜନୈତିକ ଉତ୍ତେଜନା ପୁଣି ତୀବ୍ର ହେଲା। ସୂଚନାଯୋଗ୍ୟ, କରଣ ଭୂଷଣ ସିଂ ଶୁକ୍ରବାର ଭାଜପା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ […] The post ପୁଅ କରଣଙ୍କ ନାମାଙ୍କନ ସମୟରେ ନଜର ଆସିଲେ ନାହିଁ ବ୍ରିଜ ଭୁଷଣ appeared first on Dharitri Odia News.
ନୂଆଦିଲ୍ଲୀ,୩।୫: ନିକଟରେ ଭାଜପା କରଣ ଭୂଷଣ ସିଂଙ୍କୁ କେସିଆରଗଞ୍ଜ ଆସନରୁ ପ୍ରାର୍ଥୀ କରିଥିଲା। ଏବେ କରଣ ଭୂଷଣ ସିଂ ଶୁକ୍ରବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। କରଣ ଭୂଷଣ ସିଂ ବର୍ତ୍ତମାନର ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ। କିନ୍ତୁ ଯେତେବେଳେ ତାଙ୍କ ନାମାଙ୍କନ ପତ୍ରର ଫଟୋ ସାମ୍ନାକୁ ଆସିଲା, ସେତେବେଳେ ରାଜନୈତିକ ଉତ୍ତେଜନା ପୁଣି ତୀବ୍ର ହେଲା।
ସୂଚନାଯୋଗ୍ୟ, କରଣ ଭୂଷଣ ସିଂ ଶୁକ୍ରବାର ଭାଜପା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିଲେ। ନାମାଙ୍କନ ପରେ ତାଙ୍କର କିଛି ଫଟୋ ବାହାରକୁ ଆସିବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ନାମାଙ୍କନ ପତ୍ରରେ ବାହାରକୁ ଆସିଥିବା ଫଟୋରେ କରଣ ଭୂଷଣ ସିଂଙ୍କ ପିତା ତଥା ବର୍ତ୍ତମାନର ଭାଜପା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଦେଖିବାକୁ ମିଳି ନଥିଲା। ତେବେ ନାମାଙ୍କନ ପାଇଁ ପ୍ରସ୍ତୁତ ହେଉଥିବା କର୍ମୀଙ୍କ ମଧ୍ୟରେ ତାଙ୍କୁ ସକାଳେ ଦେଖିବାକୁ ମିଳିଥିଲା।
ଯେତେବେଳେ କରଣ ଭୂଷଣ ସିଂ ତାଙ୍କ ନାମାଙ୍କନ ପୂର୍ବରୁ ଗୋଣ୍ଡାର ଏକ ମନ୍ଦିରରେ ପ୍ରାର୍ଥନା କରିଥିଲେ, ସେତେବେଳେ ମଧ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଦେଖାଯାଇ ନଥିଲା। ତେବେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ମଞ୍ଚର ଫଟୋ ଦେଖାଯିବା ପରେ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା।
The post ପୁଅ କରଣଙ୍କ ନାମାଙ୍କନ ସମୟରେ ନଜର ଆସିଲେ ନାହିଁ ବ୍ରିଜ ଭୁଷଣ appeared first on Dharitri Odia News.