ନିଆଁରେ ଜଳିଗଲା ୧୭ ଦୋକାନ

ଟିଟିଲାଗଡ଼,୨୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଥାନା ଛକ ଫ୍ଲ୍ୟାଏ ଓଭର ବ୍ରିଜ ତଳେ ଥିବା ୧୭ ଅସ୍ଥାୟୀ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ହେଲେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଦୋକନୀମାନେ କହିଛନ୍ତି। ହେଲେ […] The post ନିଆଁରେ ଜଳିଗଲା ୧୭ ଦୋକାନ appeared first on Dharitri Odia News.

ନିଆଁରେ ଜଳିଗଲା ୧୭ ଦୋକାନ

ଟିଟିଲାଗଡ଼,୨୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ସହରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଥାନା ଛକ ଫ୍ଲ୍ୟାଏ ଓଭର ବ୍ରିଜ ତଳେ ଥିବା ୧୭ ଅସ୍ଥାୟୀ ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି l

ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ହେଲେ ଦୋକାନରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଦୋକନୀମାନେ କହିଛନ୍ତି। ହେଲେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡି ନାହିଁ। ଏନେଇ ଘଟଣାର ତଦନ୍ତ ଚାଲିଛି।

The post ନିଆଁରେ ଜଳିଗଲା ୧୭ ଦୋକାନ appeared first on Dharitri Odia News.