୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ) – ଏକ ବଡ ଧାରଣର ଆର୍ଥିକ ଅନିୟମିତତା ମାମଲାରେ ଶନିବାର ଭିଜିଲାନ୍ସ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ୨ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଛି। ସେମାନେ ହେଲେ ଛବିଲ ବେହେରା ଏବଂ କାନ୍ତିଲାଲ ଭୋଇ। ୪୧ଲକ୍ଷ ୯୪ହଜାର ୭୫୬ ଟଙ୍କା ଅନିୟମିତତା ନେଇ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କାନ୍ତିଲାଲଙ୍କ ବିରୋଧରେ ୨୧ଲକ୍ଷ ୬୪ହଜାର ୬୬୬ ଏବଂ ଛବିଲଙ୍କ ବିରୋଧରେ ୨୦ଲକ୍ଷ ୩୦ହଜାର ୯୦ ଟଙ୍କାର ଅନିୟମିତତା ମାମଲା […] The post ୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.

୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ) – ଏକ ବଡ ଧାରଣର ଆର୍ଥିକ ଅନିୟମିତତା ମାମଲାରେ ଶନିବାର ଭିଜିଲାନ୍ସ ବରଗଡ଼ ଜିଲା କନସିଂହା ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ୨ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଛି। ସେମାନେ ହେଲେ ଛବିଲ ବେହେରା ଏବଂ କାନ୍ତିଲାଲ ଭୋଇ। ୪୧ଲକ୍ଷ ୯୪ହଜାର ୭୫୬ ଟଙ୍କା ଅନିୟମିତତା ନେଇ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। କାନ୍ତିଲାଲଙ୍କ ବିରୋଧରେ ୨୧ଲକ୍ଷ ୬୪ହଜାର ୬୬୬ ଏବଂ ଛବିଲଙ୍କ ବିରୋଧରେ ୨୦ଲକ୍ଷ ୩୦ହଜାର ୯୦ ଟଙ୍କାର ଅନିୟମିତତା ମାମଲା ରହିଛି। ଭିଜିଲାନ୍ସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

The post ୪୧.୯୪ ଲକ୍ଷ ଟଙ୍କାର ଅନିୟମିତତା: ୨ ପୂର୍ବତନ ପାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ appeared first on Dharitri Odia News.