ମଧ୍ୟାହ୍ନଭୋଜନରେ ପ୍ରତି ଅଣ୍ଡା ପିଛା ଦିଆଯାଉଛି ଏତିକି ଟଙ୍କା
ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ):ରାଜ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ସରକାରଙ୍କ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ (ମଧ୍ୟାହ୍ନ ଭୋଜନ) କାର୍ଯ୍ୟକ୍ରମରେ ଉପକୃତ ହେଉଛନ୍ତି। ଏହି କ୍ରମରେ ଛାତ୍ରୀଛାତ୍ର କିପରି ପୋଷଣଯୁକ୍ତ ଖାଦ୍ୟ ଖାଇବେ ସେ ନେଇ ସରକାର ପଦକ୍ଷେପ ନେଉଛନ୍ତି। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଦିଆଯାଉଥିବା ଅଣ୍ଡା ପ୍ରତି ଦର ୫ଟଙ୍କା ଦେବାପାଇଁ ସ୍ଥିର କରାଯାଇଛି ବୋଲି ଯେଉଁ ପ୍ରସଙ୍ଗ ଉଠିଛି ତାହା ଠିକ୍ ନୁହେଁ ବୋଲି […] The post ମଧ୍ୟାହ୍ନଭୋଜନରେ ପ୍ରତି ଅଣ୍ଡା ପିଛା ଦିଆଯାଉଛି ଏତିକି ଟଙ୍କା appeared first on Dharitri Odia News.
ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ):ରାଜ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ସରକାରଙ୍କ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ଛାତ୍ରୀଛାତ୍ର ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ (ମଧ୍ୟାହ୍ନ ଭୋଜନ) କାର୍ଯ୍ୟକ୍ରମରେ ଉପକୃତ ହେଉଛନ୍ତି। ଏହି କ୍ରମରେ ଛାତ୍ରୀଛାତ୍ର କିପରି ପୋଷଣଯୁକ୍ତ ଖାଦ୍ୟ ଖାଇବେ ସେ ନେଇ ସରକାର ପଦକ୍ଷେପ ନେଉଛନ୍ତି। ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଦିଆଯାଉଥିବା ଅଣ୍ଡା ପ୍ରତି ଦର ୫ଟଙ୍କା ଦେବାପାଇଁ ସ୍ଥିର କରାଯାଇଛି ବୋଲି ଯେଉଁ ପ୍ରସଙ୍ଗ ଉଠିଛି ତାହା ଠିକ୍ ନୁହେଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ବିଧାନସଭାରେ କହିଛନ୍ତି। ୨୦୨୪ ଡିସେମ୍ବର ୧ଠାରୁ ପ୍ରତି ଅଣ୍ଡା ପିଛା ୬ଟଙ୍କା ପ୍ରଦାନ କରାଯାଉଛି। ଏଥିସହ ବର୍ତ୍ତମାନ ବିଦ୍ୟାଳୟରେ ସପ୍ତାହକୁ ୨ଥର ବୁଧବାର ଓ ଶନିବାର ଦିନ ଛାତ୍ରୀଛାତ୍ରଙ୍କୁ ଅଣ୍ଡା ପ୍ରଦାନ କରାଯାଉଛି। ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମୁଣ୍ଡପିଛା ପଡିର ମୂଲ୍ୟ କେନ୍ଦ୍ରସରକାର ନିର୍ଦ୍ଧାରଣ କରିବା ସହ ରାଜ୍ୟ ସରକାର ନିର୍ଦ୍ଧାରିତ ପଡିର ଅଂଶ ପ୍ରଦାନ କରିଥାନ୍ତି। ଏତଦ୍ବ୍ୟତୀତ ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଅତିରିକ୍ତ ପଡି ଖର୍ଚ୍ଚ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରିଥାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
The post ମଧ୍ୟାହ୍ନଭୋଜନରେ ପ୍ରତି ଅଣ୍ଡା ପିଛା ଦିଆଯାଉଛି ଏତିକି ଟଙ୍କା appeared first on Dharitri Odia News.