ନେତାନ୍ୟାହୁ ହିଟ୍‌ଲରଙ୍କ ପରେ ସବୁଠୁ ବଡ଼ ଆତଙ୍କବାଦୀ: ମେହବୁବା

ଲେବାନନ୍‌ରେ ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲା ନିହତ ହେବା ପରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ତୃତୀୟ ଦିନ ଧରି ବିକ୍ଷୋଭ ଜାରି ରହିଛି। ବହୁ ସଂଖ୍ୟକ ମହିଳା, ପୁରୁଷ ଓ ଛୋଟ ପିଲା ରାସ୍ତାକୁ ଓହ୍ଲାଇ କଳା ପତାକା ଓ ନସ୍‌ରଲ୍ଲାଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଇସ୍ରାଏଲ୍‌ ତଥା ଆମେରିକା ବିରୋଧୀ ସ୍ଲୋଗାନ ଦେଉଛନ୍ତି। ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ଓ ଶ୍ରୀନଗର […] The post ନେତାନ୍ୟାହୁ ହିଟ୍‌ଲରଙ୍କ ପରେ ସବୁଠୁ ବଡ଼ ଆତଙ୍କବାଦୀ: ମେହବୁବା appeared first on Dharitri Odia News.

ନେତାନ୍ୟାହୁ ହିଟ୍‌ଲରଙ୍କ ପରେ ସବୁଠୁ ବଡ଼ ଆତଙ୍କବାଦୀ: ମେହବୁବା

ଲେବାନନ୍‌ରେ ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରଲ୍ଲା ନିହତ ହେବା ପରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ତୃତୀୟ ଦିନ ଧରି ବିକ୍ଷୋଭ ଜାରି ରହିଛି। ବହୁ ସଂଖ୍ୟକ ମହିଳା, ପୁରୁଷ ଓ ଛୋଟ ପିଲା ରାସ୍ତାକୁ ଓହ୍ଲାଇ କଳା ପତାକା ଓ ନସ୍‌ରଲ୍ଲାଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଇସ୍ରାଏଲ୍‌ ତଥା ଆମେରିକା ବିରୋଧୀ ସ୍ଲୋଗାନ ଦେଉଛନ୍ତି। ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ଓ ଶ୍ରୀନଗର ଏମ୍‌ପି ଆଗା ରୁହୁଲ୍ଲା ଇସ୍ରାଏଲ୍‌ର ଆକ୍ରମଣକୁ ନିନ୍ଦା କରିଛନ୍ତି। ଶ୍ରୀନଗରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କହିଛନ୍ତି, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଡୋଲ୍ଫ ହିଟ୍‌ଲରଙ୍କ ପରେ ସବୁଠୁ ବଡ଼ ଆତଙ୍କବାଦୀ। ଏହି ଇହୁଦୀ ନେତା ପାଲେଷ୍ଟାଇନ୍‌ ଓ ଲେବାନନ୍‌କୁ ଗ୍ୟାସ୍‌ ଚ୍ୟାମ୍ବରରେ ପରିଣତ କରିଦେଲେଣି। ଇଣ୍ଟରନ୍ୟାଶନାଲ କ୍ରିମିନାଲ କୋର୍ଟ ନେତାନ୍ୟାହୁଙ୍କ ବିରୋଧରେ ରାୟ ଦେଇଛନ୍ତି। ଲେବାନନ୍‌ ଆକ୍ରମଣ ପ୍ରମାଣିତ କରିଛି ଯେ, ସେ ପ୍ରକୃତରେ ଜଣେ ଆତଙ୍କବାଦୀ, ଯିଏକି ପାଲେଷ୍ଟାଇନ୍‌ରେ ଅନେକ ହଜାର ନିରୀହଙ୍କୁ ହତ୍ୟା କରିବା ପରେ ଏବେ ଲେବାନନ୍‌ରେ ସମାନ କାର୍ଯ୍ୟ ଦୋହରାଉଛନ୍ତି। ତାଙ୍କୁ ଯେତେ ନିନ୍ଦା କଲେ ମଧ୍ୟ କମ୍‌ ହେବ ବୋଲି ପିଡିପି ଅଧ୍ୟକ୍ଷା କହିଛନ୍ତି। ଶେଷ ମୁହୂର୍ତ୍ତରେ ମୁସଲମାନ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମେହବୁବା ଧ୍ରୁବୀକରଣ ରାଜନୀତି କରୁଥିବା ଭାଜପା ଅଭିଯୋଗ ଆଣିଛି।

The post ନେତାନ୍ୟାହୁ ହିଟ୍‌ଲରଙ୍କ ପରେ ସବୁଠୁ ବଡ଼ ଆତଙ୍କବାଦୀ: ମେହବୁବା appeared first on Dharitri Odia News.