ଅପରାଜିତା ଫେୟାର ପ୍ଲେ ଏକ୍ସପର୍ଟ
ଭୁବନେଶ୍ୱର, ୧।୬, (ତପନ ସ୍ବାଇଁ): ଗୁଜରାଟର ଗାନ୍ଧୀନଗରଠାରେ ବିଶ୍ୱ ଜୁନିୟର ଚେସ୍ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବିଶ୍ୱ ଚେସ୍ ଫେଡେରେଶନ୍(ଫିଡେ) ଓଡ଼ିଶାର ଅନ୍ତର୍ଜାତୀୟ ଚେସ୍ ଖେଳାଳି ଅପରାଜିତା ଗୋଚ୍ଛିକାରଙ୍କୁ ଫେୟାର ପ୍ଲେ ଏକ୍ସପର୍ଟ (ଏଫ୍ପିଇ) ଭାବେ ନିଯୁକ୍ତ କରିଛି। ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ସହାୟତାରେ ସର୍ବଭାରତୀୟ ଚେସ୍ ମହାସଂଘ ଏହି ପ୍ରତିଯୋଗିତା ଆୟୋଜନ କରୁଛି। ଅପରାଜିତା ପୂର୍ବରୁ […] The post ଅପରାଜିତା ଫେୟାର ପ୍ଲେ ଏକ୍ସପର୍ଟ appeared first on Dharitri Odia News.
ଭୁବନେଶ୍ୱର, ୧।୬, (ତପନ ସ୍ବାଇଁ): ଗୁଜରାଟର ଗାନ୍ଧୀନଗରଠାରେ ବିଶ୍ୱ ଜୁନିୟର ଚେସ୍ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବିଶ୍ୱ ଚେସ୍ ଫେଡେରେଶନ୍(ଫିଡେ) ଓଡ଼ିଶାର ଅନ୍ତର୍ଜାତୀୟ ଚେସ୍ ଖେଳାଳି ଅପରାଜିତା ଗୋଚ୍ଛିକାରଙ୍କୁ ଫେୟାର ପ୍ଲେ ଏକ୍ସପର୍ଟ (ଏଫ୍ପିଇ) ଭାବେ ନିଯୁକ୍ତ କରିଛି। ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ସହାୟତାରେ ସର୍ବଭାରତୀୟ ଚେସ୍ ମହାସଂଘ ଏହି ପ୍ରତିଯୋଗିତା ଆୟୋଜନ କରୁଛି। ଅପରାଜିତା ପୂର୍ବରୁ ଚେନ୍ନାଇରେ ଆୟୋଜିତ ଫିଡେ ଚେସ୍ ଅଲିମ୍ପିଆଡ୍-୨୦୨୨ ଏବଂ ଇଟାଲିରେ ଆୟୋଜିତ ଯୁବ ବିଶ୍ୱ ଚେସ୍ ଚାମ୍ପିୟନଶିପ୍ -୨୦୨୩ରେ ବିଶ୍ୱ ଚେସ୍ ଫେଡେରେଶନ୍ର ଫେୟାର ପ୍ଲେ ପ୍ୟାନେଲ ପ୍ରତିନିଧି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ଅପରାଜିତାଙ୍କୁ ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ(ଏଓସିଏ) ସମ୍ପାଦକ ଦେବବ୍ରତ ଭଟ୍ଟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରକାଶଯୋଗ୍ୟ ଯେ ଏଥର ବିଶ୍ୱ ଜୁନିୟର ଚେସ୍ରେ ଆମେରିକା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଅଭିମନ୍ୟୁ ମିଶ୍ର, ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣବ ଆନନ୍ଦ ପ୍ରମୁଖ ବହୁ ଶୀର୍ଷସ୍ଥାନୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଦୁଇ ସପ୍ତାହ ବିଶିଷ୍ଟ ଟୁର୍ନାମେଣ୍ଟରେ ୪୬ଟି ଦେଶରୁ ୨୩୦ ଚେସ୍ ପ୍ରତିଭା ଭାଗ ନେବାକୁ ଯାଉଛନ୍ତି।
The post ଅପରାଜିତା ଫେୟାର ପ୍ଲେ ଏକ୍ସପର୍ଟ appeared first on Dharitri Odia News.