କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ
ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି ସେଠାରେ ପୋହା ତିଆରି କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଜଣେ ଝିଅ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ସବୁବେଳେ ଧଳା ଟି-ସାର୍ଟ କାହିଁକି ପିନ୍ଧନ୍ତି । ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ସମୟରେ ମୁଁ ଅନୁଭବ […] The post କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍ ନାଗପୁରର ରାମ ଜୀ ଶ୍ୟାମ ଜୀ ପୋହା ବିକ୍ରେତାଙ୍କୁ ଦେଖା କରି ସେଠାରେ ପୋହା ତିଆରି କରି ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଜଣେ ଝିଅ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ସବୁବେଳେ ଧଳା ଟି-ସାର୍ଟ କାହିଁକି ପିନ୍ଧନ୍ତି ।
ଏହାର ଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ସମୟରେ ମୁଁ ଅନୁଭବ କଲି ଯେ ଜଣେ ବ୍ୟକ୍ତି ଯେତେ ସରଳ, ସେତେ ଅଧିକ ଲାଭଦାୟକ ଅଟେ। ସେ କହିଛନ୍ତି ଯେ ଏହି ଧଳା ରଙ୍ଗ ତାଙ୍କ ଯାତ୍ରା ଏବଂ ବାର୍ତ୍ତାର ପ୍ରତୀକ, ଯାହା ସରଳତା ଏବଂ ଭାରତୀୟ ସଂସ୍କୃତି ପ୍ରତି ସମ୍ମାନ ପ୍ରଦର୍ଶନ କରିଥାଏ।
ଏହି ବାର୍ତ୍ତାଳାପ ସମୟରେ, ଅନ୍ୟ ଜଣେ ସମ୍ବିଧାନର ଗୁରୁତ୍ୱ ଉପରେ ପ୍ରଶ୍ନ ଉଠାଇଲେ। ରାହୁଲ ଗାନ୍ଧୀ ଉତ୍ତର ଦେଇଛନ୍ତି, ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ବରଂ ଏହା ଭାରତର ଜ୍ଞାନ, ଆମ୍ବେଦକର ଜୀ, ଫୁଲେ ଜୀ ଏବଂ ଭଗବାନ ବୁଦ୍ଧଙ୍କ ଚିନ୍ତାଧାରାକୁ ପ୍ରତିପାଦିତ କରୁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆମେ ସମ୍ବିଧାନର ସୁରକ୍ଷା କରୁନାହୁଁ ତେବେ କିଏ କରିବ। ଏଥିସହ ରାହୁଲ ଗାନ୍ଧୀ ବେକାରୀ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରି କହିଛନ୍ତି ଯେ ନିଯୁକ୍ତି ସୃଷ୍ଟି ପାଇଁ ଦେଶରେ ଉତ୍ପାଦନ ଉପରେ ଧ୍ୟାନ ଦେବା ଆବଶ୍ୟକ।
The post କାହିଁକି ସବୁବେଳେ ଧଳା ରଙ୍ଗର ଟି-ସର୍ଟ ପିନ୍ଧନ୍ତି ରାହୁଲ ଗାନ୍ଧୀ, ନିଜେ କହିଲେ ଏହାର ରହସ୍ୟ appeared first on Dharitri Odia News.