ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ: ସୋସିଆଲ ମିଡିଆରୁ ଜଣାପଡ଼ିଲା ପରିଚୟ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ନିକଟସ୍ଥ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ଯାତ୍ରୀ ବିଶ୍ରାମାଗାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଶନିବାର ସକାଳେ ପୋଲିସ ଉଦ୍ଧାର କରିଛି। ମୃତକଜଣକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ରଘୁନାଥ ମଠ ସାହିର ସୁବାସ କୁମାର ଚୌଧୁରୀ(୫୦)। ପ୍ରଥମେ ମୃତକଙ୍କ ପରିଚୟ ଜଣାପଡି ନ ଥିଲା। ସୋସିଆଲ ମିଡିଆରେ ମୃତକଙ୍କ ଫୋଟ ପ୍ରସାରିତ ହେବାପରେ ବ୍ରହ୍ମପୁରର ଜଣେ ଖବରଦାତା ଫଟୋ ଦେଖି ତାଙ୍କ ପରିଚୟ ସମ୍ପର୍କରେ […] The post ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ: ସୋସିଆଲ ମିଡିଆରୁ ଜଣାପଡ଼ିଲା ପରିଚୟ appeared first on Dharitri Odia News.

ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ: ସୋସିଆଲ ମିଡିଆରୁ ଜଣାପଡ଼ିଲା ପରିଚୟ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ନିକଟସ୍ଥ ସିଦ୍ଧେଶ୍ୱର ଆଦର୍ଶ ବିଦ୍ୟାଳୟ ଯାତ୍ରୀ ବିଶ୍ରାମାଗାରରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଶନିବାର ସକାଳେ ପୋଲିସ ଉଦ୍ଧାର କରିଛି। ମୃତକଜଣକ ହେଲେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ରଘୁନାଥ ମଠ ସାହିର ସୁବାସ କୁମାର ଚୌଧୁରୀ(୫୦)। ପ୍ରଥମେ ମୃତକଙ୍କ ପରିଚୟ ଜଣାପଡି ନ ଥିଲା। ସୋସିଆଲ ମିଡିଆରେ ମୃତକଙ୍କ ଫୋଟ ପ୍ରସାରିତ ହେବାପରେ ବ୍ରହ୍ମପୁରର ଜଣେ ଖବରଦାତା ଫଟୋ ଦେଖି ତାଙ୍କ ପରିଚୟ ସମ୍ପର୍କରେ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ରଙ୍କୁ ଜଣାଇଥିଲେ। ଥାନା ଏସଆଇ ସୋଫିଆ ମିଶ୍ର ସଦଳବଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଅପରିଚିତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ପୋଲିସ ଥାନା ଅପମମତ୍ୟୁ ମାମଲା ନଂ.୩/୨୫ ଅନୁଯାୟୀ ମୃତଦେହକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୁବାସ ଦୀର୍ଘଦିନ ଧରି ମାନସିକ ବିକୃତ ଭାବେ ବିଭିନ୍ନ ଅଞ୍ଚଳରେ ବୁଲୁଥିଲେ। ଲୋକେ ଯାହାଦେଲେ ଖାଉଥିଲେ। କିଛିଦିନ ହେଲା ସେ ଉକ୍ତ ବିଶ୍ରାମାଗାରରେ ରହି ଆସୁଥିଲେ ବୋଲି ଗଣିଆନାଳ ଛକର ବ୍ୟବସାୟୀ ମାନେ ପୋଲିସକୁ କହିଛନ୍ତି। ବିଶ୍ରାମାଗାର ନିକଟରେ ଉଠାଦୋକାନ କରିଥିବା ଜଣେ ବ୍ୟବସାୟୀ ମୃତଦେହକୁ ଦେଖି ପୋଲିସକୁ ଖବର କରିଥିଲେ। ଥାନା ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ।ଅତ୍ୟଧିକ ଥଣ୍ଡାରୁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

The post ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ: ସୋସିଆଲ ମିଡିଆରୁ ଜଣାପଡ଼ିଲା ପରିଚୟ appeared first on Dharitri Odia News.