ବିଲରେ ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଚାଷୀ
ଡେରାବିଶ,୨୬ା୧୨(ବେବର୍ତ୍ତା ଅଜୟ ଦାସ):ପୁରୀ ଜିଲା ସତ୍ୟବାଦୀ ବ୍ଲକ୍ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଡୁଙ୍ଗର ଗ୍ରାମର ଜଣେ ଚାଷୀ ଉଜୁଡ଼ା ଫସଲ ଦେଖି ବିଲରେ ଟଳି ପଡିଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଗ୍ରାମର ଚାଷୀ ଗୌରହରି ମଲିକ(୫୨)ଙ୍କ ହୃଦ୍ଘାତରେ ବୁଧବାର ପରଲୋକ ହୋଇଯାଇଛି। ବିଲରୁ ଫେରିବା ପରେ ସେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲେକେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ […] The post ବିଲରେ ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଚାଷୀ appeared first on Dharitri Odia News.
ଡେରାବିଶ,୨୬ା୧୨(ବେବର୍ତ୍ତା ଅଜୟ ଦାସ):ପୁରୀ ଜିଲା ସତ୍ୟବାଦୀ ବ୍ଲକ୍ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଡୁଙ୍ଗର ଗ୍ରାମର ଜଣେ ଚାଷୀ ଉଜୁଡ଼ା ଫସଲ ଦେଖି ବିଲରେ ଟଳି ପଡିଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ନହଙ୍ଗ ପଞ୍ଚାୟତ ସନ୍ଥପୁରା ଗ୍ରାମର ଚାଷୀ ଗୌରହରି ମଲିକ(୫୨)ଙ୍କ ହୃଦ୍ଘାତରେ ବୁଧବାର ପରଲୋକ ହୋଇଯାଇଛି। ବିଲରୁ ଫେରିବା ପରେ ସେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରିବାର ଲେକେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନହଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ତଥା ଉକ୍ତ ଗ୍ରାମର ଭାଗୀରଥୀ ସାହୁଙ୍କ କହିବା ଅନୁଯାୟୀ, ଗରିବ ଚାଷୀ ଗୌରହରିଙ୍କ ଅଳ୍ପ ପରିମାଣର ନିଜସ୍ବ ଚାଷ ଜମି ଥିବାରୁ ସେ ଗ୍ରାମର କେତେଜଣଙ୍କ ଜମିରେ ଭାଗ ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଆସୁଥିଲେ। ବହୁ ଧାର କରଜ କରି ସେ ଏଥର ଧାନ ଫସଲ କରିଥିଲେ। ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷାରେ ତାଙ୍କ ପାଚିଲା ଧାନ ଜମିରେ ଭିଜି ଯାଇଥିଲା। ଏହାକୁ ଉଦ୍ଧାର ପାଇଁ ଗୌରହରି ୨ ଦିନ ହେଲା ବହୁ ଚେଷ୍ଟା କରୁଥିଲେ ମଧ୍ୟ ପୁନର୍ବାର ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ସେହି ଧାନ ଫସଲ ବିଲରେ ଭାସୁଥିଲା। ବୁଧବାର ସକାଳୁ ଏହା ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। ଧାର କରଜ କିପରି ଶୁଝିବେ ସେହି ଚିନ୍ତାରେ ସେ ହୃଦ୍ଘାତର ଶିକାର ହୋଇଥିଲେ ବୋଲି ଭାଗୀରଥୀ କହିଛନ୍ତି।
The post ବିଲରେ ଉଜୁଡ଼ା ଫସଲ ଦେଖି ଆଖି ବୁଜିଲେ ଚାଷୀ appeared first on Dharitri Odia News.