ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ

ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ମନମୋହନଙ୍କ ବିୟୋଗରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଜଣେ ମାର୍ଗଦର୍ଶକଙ୍କୁ ହରାଇଲି। […] The post ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ appeared first on Dharitri Odia News.

ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ

ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

ମନମୋହନଙ୍କ ବିୟୋଗରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଜଣେ ମାର୍ଗଦର୍ଶକଙ୍କୁ ହରାଇଲି। ଅର୍ଥନୀତିରେ ତାଙ୍କର ଗଭୀର ଜ୍ଞାନ ଦେଶକୁ ପ୍ରେରଣା ଯୋଗାଉ ଥିବ ବୋଲି ରାହୁଲ ଲେଖିଛନ୍ତି।

ମନମୋହନ ସିଂ ଥିଲେ ଏକାଧାରରେ ଜଣେ ରାଜନେତା, ଅର୍ଥନୈତିଜ୍ଞ, ଶିକ୍ଷାବିତ୍‌, ଅମଲାତନ୍ତ୍ରୀ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦିଙ୍କ ପରେ ମନମୋହନ ହେଉଛନ୍ତି ଦେଶକୁ ସର୍ବାଧିକ ସମୟ ଶାସନ କରିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ। ଭାରତୀୟ ଜାତୀୟ କଂଗ୍ରେସର ଏହି ବରିଷ୍ଠ ନେତା ଶିଖ୍‌ ସମ୍ପ୍ରଦାୟରୁ ପ୍ରଧାନମନ୍ତ୍ରୀ ହେବାରେ ପ୍ରଥମ। ସେହିପରି ନେହେରୁଙ୍କ ପରେ ସମ୍ପୂର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ଶେଷ କରିବାରେ ସେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ। ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ମନମୋହନଙ୍କୁ ଅର୍ଥମନ୍ତ୍ରୀ ରୂପେ ବାଛିଥିଲେ। ୧୯୯୧ରେ ଦେଶ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ମନମୋହନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ସମେତ ବିଭିନ୍ନ ବୈଶ୍ୱିକ ସଂସ୍ଥା ସହ ସମନ୍ବୟ ରଖି ସମାଧାନ ଉଦ୍ୟମ କରିଥିଲେ। ପରବର୍ତ୍ତୀ ସମୟରେ ମନମୋହନ ନିଜ ବିଚକ୍ଷଣତା ଓ କାର୍ଯ୍ୟ କୁଶଳତାକୁ ପୁଞ୍ଜିକରି ଦେଶରେ ସମାଜବାଦୀ ଅର୍ଥନୀତିର ମଡେଲ ଆପଣାଇ ସବୁଠୁ ପ୍ରଭାବଶାଳୀ ସ୍ଥପତି ପାଲଟିଥିଲେ।

The post ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ appeared first on Dharitri Odia News.