ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୬।୨: ମଙ୍ଗଳବାର ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଯାତ୍ରା ଓଡ଼ିଶାର ସୁନ୍ଦରଗଡ ଜିଲାର ଏକ ଛୋଟ ଶିଳ୍ପାଞ୍ଚଳ ବୀରମିତ୍ରପୁର ଦେଇ ଝାଡଖଣ୍ଡରୁ ରାଜ୍ୟକୁ ପ୍ରବେଶ କରିବ ବୋଲି ଜଣାପଡିଛି। ଏହି ସହରର ରାସ୍ତାଗୁଡ଼ିକ ରାହୁଲ ଗାନ୍ଧୀଙ୍କ ବ୍ୟାନର, କଟଆଉଟ ଏବଂ ହୋର୍ଡିଂରେ ଆଚ୍ଛାଦିତ ରହିଛି। କଂଗ୍ରେସର ସୁନ୍ଦରଗଡ ଜିଲା ସଭାପତି ରଶ୍ମୀ ପାଢୀ କହିଛନ୍ତି ଯେ, ବୀରମିତ୍ରପୁରଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା […] The post ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ appeared first on Dharitri Odia News.

ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୬।୨: ମଙ୍ଗଳବାର ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଯାତ୍ରା ଓଡ଼ିଶାର ସୁନ୍ଦରଗଡ ଜିଲାର ଏକ ଛୋଟ ଶିଳ୍ପାଞ୍ଚଳ ବୀରମିତ୍ରପୁର ଦେଇ ଝାଡଖଣ୍ଡରୁ ରାଜ୍ୟକୁ ପ୍ରବେଶ କରିବ ବୋଲି ଜଣାପଡିଛି। ଏହି ସହରର ରାସ୍ତାଗୁଡ଼ିକ ରାହୁଲ ଗାନ୍ଧୀଙ୍କ ବ୍ୟାନର, କଟଆଉଟ ଏବଂ ହୋର୍ଡିଂରେ ଆଚ୍ଛାଦିତ ରହିଛି।

କଂଗ୍ରେସର ସୁନ୍ଦରଗଡ ଜିଲା ସଭାପତି ରଶ୍ମୀ ପାଢୀ କହିଛନ୍ତି ଯେ, ବୀରମିତ୍ରପୁରଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ରାଉରକେଲା ଇସ୍ପାତ ସହରରେ କଂଗ୍ରେସର ବରିଷ୍ଠ ନେତାମାନେ ଏକାଠି ହୋଇଛନ୍ତି ଏବଂ ରାହୁଲ ଗାନ୍ଧୀଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ରାହୁଲ ଗାନ୍ଧୀ ଅପରାହ୍ନରେ ବୀରମିତ୍ରପୁରରେ ପହଞ୍ଚିବାର ସମ୍ଭାବନା ରହିଛି। ତାଙ୍କର ଭବ୍ୟ ସ୍ବାଗତ କରିବା ପରେ କଂଗ୍ରେସର ରାଜ୍ୟ ୟୁନିଟ ଏହି ଯାତ୍ରାର ଦାୟିତ୍ୱ ଗ୍ରହଣ କରିବ। ଏହି ଯାତ୍ରା ରାତି ପାଇଁ ବିଜା ବହଲ ଅଞ୍ଚଳରେ ଅଟକି ରହିବ।

କଂଗ୍ରେସ ଏକ ବିବୃତ୍ତିରେ କହିଛି, ରାହୁଲ ପରଦିନ ଅର୍ଥାତ୍‌ ବୁଧବାର ଯାତ୍ରା ଆରମ୍ଭ କରିବେ ଏବଂ ରାଉରକେଲାର ଉଦିତନଗରରୁ ପାନପୋଶ ଚକ ପର୍ଯ୍ୟନ୍ତ ୩.୪ କିଲୋମିଟର ଲମ୍ବା ପଦଯାତ୍ରା କରିବେ। ରାଣୀବନ୍ଧର ବିର୍ସା ମୁଣ୍ଡା ଗ୍ରାଉଣ୍ଡରେ ମଧ୍ୟାହ୍ନ ଭୋଜନ କରିବା ପୂର୍ବରୁ ସେ ପାନପୋଶ ଛକରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସୁନ୍ଦରଗଡ ସହରରେ ମଧ୍ୟ ଏକ ପଦଯାତ୍ରା ମଧ୍ୟ କରିବେ ଏବଂ ଆଉ ଏକ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହା ପରେ କଂଗ୍ରେସ ନେତା ଝାରସୁଗୁଡାର ଅମଲିପାଲି ଗ୍ରାଉଣ୍ଡରେ ରାତ୍ରୀ ବିଶ୍ରାମ କରିବେ।

ରାହୁଲ ଫେବୃଆରୀ ୮ରେ ଝାରସୁଗୁଡାର ପୁରୁଣା ବସ୍‌ ଷ୍ଟାଣ୍ଡରୁ ଯାତ୍ରା ଆରମ୍ଭ କରିବେ ଏବଂ ପରେ ଏକ ରାଲିରେ ସମ୍ବୋଧିତ କରିବେ। ମଧ୍ୟାହ୍ନ ଭୋଜନ ପରେ ସେ ଝାରସୁଗୁଡାର କନକତୋରା ଠାରୁ ଯାତ୍ରା ଆରମ୍ଭ କରିବେ ଏବଂ ପୁଣି ଛତିଶଗଡରେ ପ୍ରବେଶ କରିବେ । ଏହି ଯାତ୍ରା ଓଡ଼ିଶାର ଦୁଇଟି ପଶ୍ଚିମ ଜିଲା ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଯାତ୍ରା ମଧ୍ୟରେ ପ୍ରାୟ ୨୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ସୂଚନାଯୋଗ୍ୟ, ଭାରତ ଯୋଡୋ ନ୍ୟାୟ ଯାତ୍ରା ମଣିପୁରରୁ ୧୪ ଜାନୁଆରୀରୁ ଆରମ୍ଭ ହୋଇଥିଲା, ଯାହା ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ।

The post ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ appeared first on Dharitri Odia News.