ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅଭିଯାନ

ଭୁବନେଶ୍ବର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳ ଜନ ସଂପର୍କ ପଦଯାତ୍ରା କରିବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଅକ୍ଟୋବର ୨ତାରିଖ ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା କରିବ ବିଜେଡି। ସେହିପରି ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ। ଏନେଇ ଆଜି ସୂଚନା ଦେଇଛନ୍ତି […]

ଅକ୍ଟୋବର ୨ରୁ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅଭିଯାନ
BJD to begin Jana Samparka Padayatra from October 2

ଭୁବନେଶ୍ବର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଜୁ ଜନତା ଦଳ ଜନ ସଂପର୍କ ପଦଯାତ୍ରା କରିବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଅକ୍ଟୋବର ୨ତାରିଖ ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା କରିବ ବିଜେଡି। ସେହିପରି ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର।

ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଜନ ସଂପର୍କ ପଦଯାତ୍ରା ନେଇ ଦଳ ପକ୍ଷରୁ ନୂତନ ଭାବେ ତିଆରି ହୋଇଥିବା କମିଟି , ରାଜ୍ୟର ସମସ୍ତ କାର୍ଯ୍ୟକର୍ତ୍ତା, ବିଧାୟିକା/ବିଧାୟକ ପ୍ରାର୍ଥୀ, ବ୍ଲକ ଓ ନଗର କର୍ମକର୍ତ୍ତାଙ୍କ ସହିତ ନିର୍ବାଚନ ମଣ୍ଡଳୀର ନେତାଙ୍କୁ ସୂଚିତ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଜନ ସଂପର୍କ ପଦଯାତ୍ରା ହେବା ପାଇଁ ନିଷ୍ପତି ନେଇଛି ବିଜେଡି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପଦଯାତ୍ରାର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ଦୁଇ ତାରିଖରୁଆରମ୍ଭ ହୋଇ ଅକ୍ଟୋବର ୬ତାରିଖ ପର୍ଯ୍ୟନ୍ତ ଚାଲିବ । ପୂଜା ପରେ ପୁଣି ଅକ୍ଟୋବର ୨୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଅଭିଯାନ କରାଯିବ ବୋଲି ନିଷ୍ପତି ନେଇଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ।

ଏଥି ସହିତ ଅକ୍ଟୋବର ୯ ତାରିଖ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ତିଥିରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରାଯିବ। ସଦସ୍ୟତା ଅଭିଯାନକୁ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ଓ କ୍ଷେତ୍ରୀୟ ସ୍ଥରରେ ବି ବ୍ୟାପକ କରାଯିବ ବୋଲି ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।