ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅନ୍ୟପକ୍ଷେ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ହେଉଛି। ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ନେଇ ସସ୍ପେନ୍ସ ବଢ଼ାଇଛି। ସେ […] The post ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା appeared first on Dharitri Odia News.

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଅନ୍ୟପକ୍ଷେ ରାଜନୈତିକ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ହେଉଛି। ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ନେଇ ସସ୍ପେନ୍ସ ବଢ଼ାଇଛି।
ସେ କହିଛନ୍ତି , ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବି। ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବାକୁ ଆସିଛି ବୋଲି ମଧ୍ୟ କହିଛନ୍ତି।

ତେବେ ଏପରି ସ୍ଥିତିରେ ଶ୍ରୀକାନ୍ତ ଜେନାଙ୍କୁ ବାସଭବନରେ ସାକ୍ଷାତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା କରିବି ବୋଲି ଅଖିଳେଶ କହିଛନ୍ତି। ସମାଜବାଦୀ ପାର୍ଟିର ଏଠି ବଡ଼ ସଂଗଠନ ନାହିଁ’  ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ। ତେବେ ଏହି ଖବର ପ୍ରକାଶ କରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗତି କୁଆଡ଼େ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ସସ୍ପେନ୍ସ ମଧ୍ୟ ବଢ଼ିଛି।

The post ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା appeared first on Dharitri Odia News.