ଶ୍ରେଷ୍ଠ ୫୦ ଏସୀୟ ତାରକା: ଶୀର୍ଷରେ ଶାହରୁଖ
ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଥିବାବେଳେ କିଛି ଦିନରେ ଆଉ ଏକ ସିନେମା ‘ଡଙ୍କି’ ରିଲିଜ୍ ହେବାକୁ ଯାଉଛି। ସେଥିପାଇଁ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି। ଏହା ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍ ଖାନ୍ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ସୂଚନା ମୁତାବକ, ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ ଶୀର୍ଷରେ ରହିଛି। ସେହିପରି […] The post ଶ୍ରେଷ୍ଠ ୫୦ ଏସୀୟ ତାରକା: ଶୀର୍ଷରେ ଶାହରୁଖ appeared first on Dharitri Odia News.
ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଥିବାବେଳେ କିଛି ଦିନରେ ଆଉ ଏକ ସିନେମା ‘ଡଙ୍କି’ ରିଲିଜ୍ ହେବାକୁ ଯାଉଛି। ସେଥିପାଇଁ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି। ଏହା ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍ ଖାନ୍ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ସୂଚନା ମୁତାବକ, ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ ଶୀର୍ଷରେ ରହିଛି। ସେହିପରି ଦ୍ୱିତୀୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତୃତୀୟରେ ପ୍ରିୟଙ୍କା ଚୋପ୍ରା ରହିଛନ୍ତି। ଦଲଜିତ୍ ଦୋସାଞ୍ଜ ଏବଂ ରଣବୀର କପୁର ମଧ୍ୟ ସମାନ ତାଲିକାରେ ସ୍ଥାନ ପାଇଛନ୍ତି। ବ୍ରିଟେନର ସାପ୍ତାହିକ ‘ଇଷ୍ଟର୍ନ ଆଇ’ରେ ଏହି ତାଲିକା ପ୍ରକାଶ ପାଇଛି। ଚଳିତବର୍ଷ ଖାହରୁଖ୍ଙ୍କ ‘ପଠାନ’, ‘ଜୱାନ’ ବ୍ଲକବ୍ଲଷ୍ଟର ହୋଇଥିବାବେଳେ ‘ଡଙ୍କି’ ଆସନ୍ତା ୨୧ରେ ମୁକ୍ତିଲାଭ କରିବ। ୧୯୯୨ରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଶାହରୁଖ ଅନେକ ଫିଲ୍ମ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି।
The post ଶ୍ରେଷ୍ଠ ୫୦ ଏସୀୟ ତାରକା: ଶୀର୍ଷରେ ଶାହରୁଖ appeared first on Dharitri Odia News.