ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ

ଭୁବନେଶ୍ୱର,୨୯ା୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟା ମାମଲାକୁ ଇତିମଧ୍ୟରେ ବର୍ଷେ ପୂରିଛି। କ୍ରାଇମବ୍ରାଞ୍ଚ ଉକ୍ତ ଘଟଣାର ତଦନ୍ତ କରି ଝାରସୁଗୁଡ଼ା ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିସାରିଛି। ହେଲେ ନବକିଶୋରଙ୍କୁ ଗୋପାଳ କାହିଁକି ହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ୨୯ ଜାନୁଆରୀ ୨୦୨୩ରେ ମନ୍ତ୍ରୀ ନବ ଦାସଙ୍କ କାର୍‌ ଗାନ୍ଧୀ ଛକ ନିକଟରେ ରବିବାର ମଧ୍ୟାହ୍ନ ୧୨ଟା ୧୫ମିନିଟ୍‌ରେ […] The post ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ appeared first on Dharitri Odia News.

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ

ଭୁବନେଶ୍ୱର,୨୯ା୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟା ମାମଲାକୁ ଇତିମଧ୍ୟରେ ବର୍ଷେ ପୂରିଛି। କ୍ରାଇମବ୍ରାଞ୍ଚ ଉକ୍ତ ଘଟଣାର ତଦନ୍ତ କରି ଝାରସୁଗୁଡ଼ା ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିସାରିଛି। ହେଲେ ନବକିଶୋରଙ୍କୁ ଗୋପାଳ କାହିଁକି ହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, ୨୯ ଜାନୁଆରୀ ୨୦୨୩ରେ ମନ୍ତ୍ରୀ ନବ ଦାସଙ୍କ କାର୍‌ ଗାନ୍ଧୀ ଛକ ନିକଟରେ ରବିବାର ମଧ୍ୟାହ୍ନ ୧୨ଟା ୧୫ମିନିଟ୍‌ରେ ପହଞ୍ଚିଥିଲା। ତାଙ୍କୁ କାର୍‌ ଭିତରୁ ସମର୍ଥକମାନେ ପୁଷ୍ପମାଲ୍ୟ ଦେଇ ପାଛୋଟି ଆଣିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ନବଙ୍କୁ ଅତି ନିକଟରୁ ୯ଏମ୍‌ଏମ୍‌ଏଚସର୍ଭିସ ପିସ୍ତଲରୁ ଗୁଳି କରିଥିଲେ। ଗୁଳିଟି ନବଙ୍କ ଛାତିରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଆଇଆଇସି ସ୍ବାଇଁ ଏବଂ ରାମପୁର ପୋଲିସ ଫାଣ୍ଡିର କନଷ୍ଟେବଳ କେ.ସି. ପ୍ରଧାନ ଯେତେବେଳେ ଗୋପାଳଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ, ସେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲେ।

The post ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ appeared first on Dharitri Odia News.