ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ଛତ୍ରପୁର,୨।୧୧(ଦିଲୀପ ସାମଲ): ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କର ତୃତୀୟ ମହଲାରେ ଧୂଆଁ ବାହାରୁଥିବା ଦେଖି ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀ ଭୟଭୀତ ହୋଇ ଦୌଡି ବାହାରକୁ ଚାଲିଆସି ଥିଲେ। ନିଆଁ ଲାଗି ସୋଲାର ପାନେଲଟି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ […] The post ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ appeared first on Dharitri Odia News.

ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ

ଛତ୍ରପୁର,୨।୧୧(ଦିଲୀପ ସାମଲ): ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ବ୍ୟାଙ୍କର ତୃତୀୟ ମହଲାରେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା। ଖବର ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କର ତୃତୀୟ ମହଲାରେ ଧୂଆଁ ବାହାରୁଥିବା ଦେଖି ଗ୍ରାହକ ଏବଂ ବ୍ୟାଙ୍କ କର୍ମଚାରୀ ଭୟଭୀତ ହୋଇ ଦୌଡି ବାହାରକୁ ଚାଲିଆସି ଥିଲେ। ନିଆଁ ଲାଗି ସୋଲାର ପାନେଲଟି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ୍‌ ସରବରାହ ବିଛିନ୍ନ କରିଥିଲେ। ଏନେଇ କିଛି ସମୟ ବ୍ୟାଙ୍କ ସେବା ବନ୍ଦ ରହିଥିଲା।

The post ଛତ୍ରପୁର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ appeared first on Dharitri Odia News.