ନିଟ୍ ଅନିୟମିତତା ମାମଲା: ପେପର୍ ଲିକ୍ ହୋଇଥିବା ମାନିଲେ ପରିକ୍ଷାର୍ଥୀ
ନୂଆଦିଲ୍ଲୀ,୨୦।୬: ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ୍ ନେଇ ବଡ଼ ଖୁଲାସା କରିଛନ୍ତି। ସେ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ବୀକାର କରିଛନ୍ତି। ବିହାରର ଦାନାପୁର ନଗର ପରିଷଦର ୨୨ବର୍ଷିୟ ୟାଦବ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ଲିକ୍ ପ୍ରଶ୍ନପତ୍ର ମିଳିଥିଲା। ଯାହା କି, ନିଟ୍ର ବାସ୍ତବିକ ପ୍ରଶ୍ନପତ୍ର ସହ ପୁରା ସମାନ ଥିଲା। ୟାଦବ ଏପରି […] The post ନିଟ୍ ଅନିୟମିତତା ମାମଲା: ପେପର୍ ଲିକ୍ ହୋଇଥିବା ମାନିଲେ ପରିକ୍ଷାର୍ଥୀ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୬: ନିଟ୍ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ୍ ନେଇ ବଡ଼ ଖୁଲାସା କରିଛନ୍ତି। ସେ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ସ୍ବୀକାର କରିଛନ୍ତି।
ବିହାରର ଦାନାପୁର ନଗର ପରିଷଦର ୨୨ବର୍ଷିୟ ୟାଦବ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ ଲିକ୍ ପ୍ରଶ୍ନପତ୍ର ମିଳିଥିଲା। ଯାହା କି, ନିଟ୍ର ବାସ୍ତବିକ ପ୍ରଶ୍ନପତ୍ର ସହ ପୁରା ସମାନ ଥିଲା। ୟାଦବ ଏପରି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଏକ ସ୍ବିକାରୋକ୍ତି ପତ୍ର ଦେଇଛନ୍ତି। ଯେଉଁଥିରେ ତାଙ୍କର ହସ୍ତାକ୍ଷର ବି ରହିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଏହି ସ୍ବିକାରୋକ୍ତିରେ କହିଛନ୍ତି, ତାଙ୍କ ସମ୍ପର୍କୀୟ ସିକନ୍ଦର ପ୍ରସାଦ ୟାଦବେନ୍ଦୁ ଏହି ଲିକ୍ ପେପର୍ର ସବୁ ବ୍ୟବସ୍ଥା କରିଥିଲେ।
ସୂଚନାଥାଉ କି, ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ଏନଇଇଟି-ୟୁଜି ପରୀକ୍ଷା ଗତ ମେ’ ୫ରେ ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରାୟ ୨୪ ଲକ୍ଷ ଛାତ୍ରୀଛାତ୍ର ୪,୭୫୦ ସେଣ୍ଟରରେ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ୬୭ ଜଣ ପରୀକ୍ଷାର୍ଥୀଙ୍କୁ ସର୍ବୋଚ୍ଚ ନମ୍ବର ଦିଆଯାଇ ର଼୍ୟାଙ୍କ ଓ୍ବାନରେ ସ୍ଥାନିତ କରାଯାଇଥିଲା। ହରିୟାଣାର ଗୋଟିଏ ପରୀକ୍ଷା କେନ୍ଦ୍ରର ୬ ଜଣ ପିଲା ସର୍ବୋଚ୍ଚ ନମ୍ବର ରଖିଥିଲେ। କେତେକ ପରୀକ୍ଷା କେନ୍ଦ୍ରର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ଗ୍ରେସ୍ ମାର୍କ ଦିଆଯିବା ପରେ ସେମାନଙ୍କ ନମ୍ବର ୧୦୦% ରହିଥିଲା, ଯାହାକୁ ନେଇ ପ୍ରଶ୍ନ ଉଠିଛି। ସାନି ପରୀକ୍ଷା ଦାବିରେ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପରୀକ୍ଷା ଅନିୟମିତତାକୁ ବିରୋଧକରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି।
The post ନିଟ୍ ଅନିୟମିତତା ମାମଲା: ପେପର୍ ଲିକ୍ ହୋଇଥିବା ମାନିଲେ ପରିକ୍ଷାର୍ଥୀ appeared first on Dharitri Odia News.