ନିବେଶକ ହରାଇଲେ ୬ ଲକ୍ଷ କୋଟି
ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର କାରବାର ଶେଷ ସୁଦ୍ଧା ନିବେଶକ ବଡ଼ ଧରଣର କ୍ଷତି ସହିଛନ୍ତି। ଏପରିକି ନିବେଶକ ଦିନକରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ସୋମବାର ପୁଞ୍ଜିବଜାରର ବଜାର ପୁଞ୍ଜି ପ୍ରାୟ ୪୪୮ ଲକ୍ଷ କୋଟି ଥିଲା। ଅପରପକ୍ଷରେ ମଙ୍ଗଳବାର ଉଭୟ ବମ୍ବେ ଷ୍ଟକ୍ […] The post ନିବେଶକ ହରାଇଲେ ୬ ଲକ୍ଷ କୋଟି appeared first on Dharitri Odia News.
ମୁମ୍ବାଇ,୧୩।୧୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ଷ୍ଟକ୍ ବଜାର କାରବାର ଉପରେ ପଡ଼ିଛି। ଫଳରେ ମଙ୍ଗଳବାର ଘରୋଇ ଶେୟାର ବଜାରର କାରବାର ଶେଷ ସୁଦ୍ଧା ନିବେଶକ ବଡ଼ ଧରଣର କ୍ଷତି ସହିଛନ୍ତି। ଏପରିକି ନିବେଶକ ଦିନକରେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ସୋମବାର ପୁଞ୍ଜିବଜାରର ବଜାର ପୁଞ୍ଜି ପ୍ରାୟ ୪୪୮ ଲକ୍ଷ କୋଟି ଥିଲା। ଅପରପକ୍ଷରେ ମଙ୍ଗଳବାର ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ବଜାର କାରବାର ଶେଷ ସୁଦ୍ଧା ନିବେଶକ ପ୍ରାୟ ୬ (୫.୭୬) ଲକ୍ଷ କୋଟି ଟଙ୍କାର ନିବେଶ ହରାଇବାରୁ ପୁଞ୍ଜି ବଜାରର ବଜାର ପୁଞ୍ଜି ପ୍ରାୟ ୪୪୨ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ୩୦ ଶେୟାର ବିଏସ୍ଇ ସେନ୍ସେକ୍ସ ୮୨୧ ପଏଣ୍ଟ କମି ୭୮,୬୭୫ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟି-୫୦ରେ ପ୍ରାୟ ୨୬୦ ପଏଣ୍ଟ ହ୍ରାସ ଘଟି ୨୩,୮୮୩ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ବିଏସ୍ଇ ମିଡ୍କ୍ୟାପ୍ର କାରବାର ୧.୩୧% ହ୍ରାସ ଘଟିଥିଲାବେଳେ ସ୍ମଲକ୍ୟାପ୍ର କାରବାର ୧.୬୫% କମିଥିଲା। ନିଫ୍ଟି ମିଡ୍କ୍ୟାପ୍ର କାରବାର୫୯୬.୨୫ ପଏଣ୍ଟ କମି ୫୫,୨୫୭.୫୦ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ୍ର କାରବାର ୧.୫୪% ହ୍ରାସ ଘଟି ୮୬୭୪.୮୫ ଅଙ୍କରେ ଶେଷ କରିିଥିଲା। ଅପରପକ୍ଷରେ ନିଫ୍ଟି ବ୍ୟାଙ୍କର କାରବାର ୧.୩୯% କମି ୫୧,୧୫୭.୮୦ ଅଙ୍କରେ କାରବାର ବନ୍ଦ କରିଥିଲା। ସେକ୍ଟରାଲ କ୍ଷେତ୍ରରେ ତୈଳ ଏବଂ ଗ୍ୟାସ୍, ଘରୋଇ ବ୍ୟାଙ୍କ, ଅଟୋ, ସିମେଣ୍ଟ, ଏଫ୍ଏମ୍ସିଜି, ହେଲ୍ଥ କେୟାର ଓ ଫାର୍ମା ଭଳି ନିବେଶକ ସଂସ୍ଥାର ନିବେଶ ପ୍ରାୟ ୧ରୁ୨% ହ୍ରାସ ଘଟିଛି।
The post ନିବେଶକ ହରାଇଲେ ୬ ଲକ୍ଷ କୋଟି appeared first on Dharitri Odia News.