ମନ୍ତ୍ରୀଙ୍କ ଘରେ ବିସ୍ଫୋରଣ

ଗୁଆହାଟୀ,୧୫ା୯: ମଣିପୁର ମନ୍ତ୍ରୀ ଖାସିମ୍‌ ବାଶୁମ୍‌ଙ୍କ ଉଖ୍ରୁଲ ଜିଲାର ହାମଲେଇଖୋଙ୍ଗ ଅଞ୍ଚଳରେ ଥିବା ଆବାସିକ କମ୍ପ୍ଲେକ୍ସରେ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ପ୍ରାଣୀସମ୍ପଦ ଓ ପରିବହନ ବିଭାଗ ମନ୍ତ୍ରୀ ଥିବା ବାଶୁମ୍‌ ବିସ୍ଫୋରଣ ସମୟରେ ରାଜଧାନୀ ଇମ୍ଫାଲରେ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ବିସ୍ଫୋରଣ ପରେ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବ୍ୟାନ୍‌ ସମୟକୁ ବଢ଼ାଇ ଦିଆଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ବିସ୍ଫୋରଣରେ ପୂର୍ବତନ ବିଧାୟକ ୟାମଥୋଙ୍ଗ୍‌ ହାଓକିପ୍‌ଙ୍କ ସ୍ତ୍ରୀ […] The post ମନ୍ତ୍ରୀଙ୍କ ଘରେ ବିସ୍ଫୋରଣ appeared first on Dharitri Odia News.

ମନ୍ତ୍ରୀଙ୍କ ଘରେ ବିସ୍ଫୋରଣ

ଗୁଆହାଟୀ,୧୫ା୯: ମଣିପୁର ମନ୍ତ୍ରୀ ଖାସିମ୍‌ ବାଶୁମ୍‌ଙ୍କ ଉଖ୍ରୁଲ ଜିଲାର ହାମଲେଇଖୋଙ୍ଗ ଅଞ୍ଚଳରେ ଥିବା ଆବାସିକ କମ୍ପ୍ଲେକ୍ସରେ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ପ୍ରାଣୀସମ୍ପଦ ଓ ପରିବହନ ବିଭାଗ ମନ୍ତ୍ରୀ ଥିବା ବାଶୁମ୍‌ ବିସ୍ଫୋରଣ ସମୟରେ ରାଜଧାନୀ ଇମ୍ଫାଲରେ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହି ବିସ୍ଫୋରଣ ପରେ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବ୍ୟାନ୍‌ ସମୟକୁ ବଢ଼ାଇ ଦିଆଯାଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୦ରେ ବିସ୍ଫୋରଣରେ ପୂର୍ବତନ ବିଧାୟକ ୟାମଥୋଙ୍ଗ୍‌ ହାଓକିପ୍‌ଙ୍କ ସ୍ତ୍ରୀ ପ୍ରାଣ ହରାଇଥିଲେ।

The post ମନ୍ତ୍ରୀଙ୍କ ଘରେ ବିସ୍ଫୋରଣ appeared first on Dharitri Odia News.