ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ…
ପୁରୁଷୋତ୍ତମପୁର,୧୪ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବ୍ଲଡ୍ପ୍ରେସର ଓ ଟେମ୍ପରେଚର ମାପିବା ଲାଗି ବାହାର କ୍ଲିନିକ୍କୁ ଡାକ୍ତର ପଠାଉଥିବା ଦେଖିବାକୁ ମିଳିଛି। ଏଭଳି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲଡ୍ପ୍ରେସର ମାପ ମେଶିନଟିଏ ନ ଥିବା ସମସ୍ତଙ୍କୁ ଚକିତ କରିଦେଇଛି। ବାହାରେ ଟେଷ୍ଟକରି ରିପୋର୍ଟ ଆଣିବା ପରେ ତାହାକୁ ନେଇ ଡାକ୍ତର ଚିକିତ୍ସା କରିବା ଅତି ଲଜ୍ଜାଜନକ ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ […] The post ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ… appeared first on Dharitri Odia News.
ପୁରୁଷୋତ୍ତମପୁର,୧୪ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବ୍ଲଡ୍ପ୍ରେସର ଓ ଟେମ୍ପରେଚର ମାପିବା ଲାଗି ବାହାର କ୍ଲିନିକ୍କୁ ଡାକ୍ତର ପଠାଉଥିବା ଦେଖିବାକୁ ମିଳିଛି। ଏଭଳି ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲଡ୍ପ୍ରେସର ମାପ ମେଶିନଟିଏ ନ ଥିବା ସମସ୍ତଙ୍କୁ ଚକିତ କରିଦେଇଛି। ବାହାରେ ଟେଷ୍ଟକରି ରିପୋର୍ଟ ଆଣିବା ପରେ ତାହାକୁ ନେଇ ଡାକ୍ତର ଚିକିତ୍ସା କରିବା ଅତି ଲଜ୍ଜାଜନକ ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପୁରୁଷୋତ୍ତମପୁର କନକା ସାହିର ବି.ଅନିଲ କୁମାର ପାତ୍ର ତାଙ୍କ ବୃଦ୍ଧ ବାପାଙ୍କୁ ଚିକିତ୍ସା ଲାଗି ଆଣିଥିବାବେଳେ ଡାକ୍ତର ତାଙ୍କର ବିପି ଓ ଟେମ୍ପରେଚର ଟେଷ୍ଟ ଲାଗି ବାହାରକୁ ପଠାଇଥିବାକୁ ନେଇ ସେ ଏହାର ପ୍ରତିବାଦ କରିଥିଲେ। ଏପରିକି ବୃଦ୍ଧ ବାପାଙ୍କୁ ନେଇ ବାହାରେ ଟେଷ୍ଟକରି ରିପୋର୍ଟ ଆଣି ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ଚିକିତ୍ସା କରିଥିଲେ। ଏପରି ବହୁ ରୋଗୀ ଏଭଳି ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏଭଳି ସ୍ଥିତିକୁ ନେଇ ଲୋକେ ସରକାର ବଦଳିବା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ମଧ୍ୟ ବଦଳିଗଲା କି ବୋଲି ପ୍ରଶ୍ନକରି ସ୍ବାସ୍ଥ୍ୟ ବିଭାଗକୁ ସମାଲୋଚନା କରିଛନ୍ତି।
ଏଥିନେଇ କାର୍ଯ୍ୟରତ ଡାକ୍ତର ଶେଫାଳି ଦାଶଙ୍କୁ ପଚାରିବାରୁ ସେ ନିଃସହାୟତା ପ୍ରକାଶ କରି କହିଛନ୍ତି ଯେ, ଗୋଟିଏ ବିପି ମେଶିନ ଖରାପ ହୋଇପଡ଼ିରହିଥିବା ବେଳେ ଅନ୍ୟ ବିପି ମେଶିନଟିକୁ ଆକାଉଣ୍ଟାଣ୍ଟ ନେଇ ତାଙ୍କ ରୁମ୍ରେ ରଖି ତାଲା ପକାଇ ଚାଲିଯାଇଛନ୍ତି। ଯାହାଦ୍ବାରା ଶନିବାରଠାରୁ ଦୁଇଦିନ ହେଲା ରୋଗୀମାନଙ୍କୁ ଚିକିତ୍ସା କରିବାରେ ଘୋର ସମସ୍ୟା ହେଉଛି। ରୋଗୀଙ୍କୁ ବାହାରକୁ ନ ପଠାଇ ସରକାରୀ ମେଡିକାଲରେ ସେବା ଯୋଗାଇ ଦେବାର ଆମର କର୍ତ୍ତବ୍ୟ ରହିଛି ମାତ୍ର ଏଭଳି ଅସୁବିଧାକୁ ନେଇ ରୋଗୀଙ୍କ ଜୀବନ ପ୍ରତି ଗୁରୁତ୍ୱ ଦେଇ ବ୍ଲଡ୍ପ୍ରେସର ଓ ଟେମ୍ପରେଚର ଟେଷ୍ଟ ଲାଗି ବାହାରକୁ ପଠାଇବାକୁ ବାଧ୍ୟ ହେଉଛି। ବାହାରୁ ଟେଷ୍ଟ କରି ଆସିବା ପରେ ସେହି ରିପୋର୍ଟକୁ ନେଇ ରୋଗୀଙ୍କ ଚିକତ୍ସା କରୁଛି। ଏନେଇ ଆକାଉଣ୍ଟାଣ୍ଟଙ୍କୁ ଫୋନ୍ କରି ଡାକିବାରୁ ରବିବାର ଛୁଟିଅଛି ଯାଇପାରିବିନି। ସୋମବାର ଗଲେ ବିପି ମେଶିନ ଦେବି ବୋଲି କହିଥିବାର ଡାକ୍ତର ଶେଫାଳି ଦାଶ ଅତି କ୍ଷୋଭର କହିଛନ୍ତି। ଏଣୁ ତୁରନ୍ତ ସରକାର ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି।
The post ସରକାର ବଦଳିବା ପରେ ବଦଳିଗଲା କି ପୁରୁଷୋତ୍ତମପୁର ସ୍ବାସ୍ଥ୍ୟକେନ୍ଦ୍ରର ନିୟମ, ବାହାରୁ ରିପୋର୍ଟ ଆଣିଲେ… appeared first on Dharitri Odia News.