Subhadra Yojana: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏକକାଳୀନ ମିଳିବ ୩ଟି କିସ୍ତି ଟଙ୍କା!

ଭୁବନେଶ୍ୱର,୨।୩: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଛନ୍ତି ବଡ଼ ଘୋଷଣା। ଚଳିତ ବର୍ଷ ଏକା ସାଥିରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଭାତୀ କହିଛନ୍ତି, ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ। ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତିର ପ୍ରଥମ […] The post Subhadra Yojana: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏକକାଳୀନ ମିଳିବ ୩ଟି କିସ୍ତି ଟଙ୍କା! appeared first on Dharitri Odia News.

Subhadra Yojana: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏକକାଳୀନ ମିଳିବ ୩ଟି କିସ୍ତି ଟଙ୍କା!

ଭୁବନେଶ୍ୱର,୨।୩: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କରିଛନ୍ତି ବଡ଼ ଘୋଷଣା। ଚଳିତ ବର୍ଷ ଏକା ସାଥିରେ ମିଳିବ ସୁଭଦ୍ରା ଟଙ୍କା।

ପ୍ରଭାତୀ କହିଛନ୍ତି, ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ମାର୍ଚ୍ଚ ୬ରେ ମିଳିବ। ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ। ସେହିପରି ମାର୍ଚ୍ଚ ୮ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କୁ ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ। ହିତାଧିକାରୀ ମହିଳାଙ୍କ ଖାତାକୁ ଉଭୟ କିସ୍ତି ବାବଦକୁ ୫ହଜାର ଟଙ୍କା ଲେଖାଏ ଯିବ। ପୂର୍ବରୁ ୪ଟି ପର୍ଯ୍ୟାୟରେ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଥମ କିସ୍ତି ଟଙ୍କା ଯାଇଥିବାବେଳେ ପ୍ରାୟ ୨ଲକ୍ଷ ମହିଳା ବାଦ ପଡ଼ିଥିଲେ। ତେଣୁ ବାଦ ପଡ଼ିଥିବା ମହିଳାଙ୍କୁ ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଦିଆଯିବ ବୋଲି କୁହାଯାଇଛି।

ରବିବାର ପ୍ରଭାତୀ ଆହୁରି କହିଛନ୍ତି ଯେ, ମାର୍ଚ୍ଚ ୩୧ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ। ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ପାଇବେ। ଯେଉଁମାନେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପାଇ ନ ଥିବେ ସେମାନେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ। ଏବେ ‘ସୁଭଦ୍ରା’ ମ୍ୟାଜିକ ନମ୍ବର କୋଟିଏରୁ ଊଦ୍ଧର୍‌ବ ଛୁଇଁଛି। ୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

The post Subhadra Yojana: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏକକାଳୀନ ମିଳିବ ୩ଟି କିସ୍ତି ଟଙ୍କା! appeared first on Dharitri Odia News.